Webportal

ଡକାୟତିର ଦୁଇଦିନ ମଧ୍ୟରେ ଧରାପଡିଲେ ସମସ୍ତ ଅପରାଧୀ,ଉଦ୍ଧାର ହେଲା ଡକାୟତି ହୋଇଥିବା ସାମଗ୍ରୀ

0 810

ଚଳିତ ମାସ ଦଶ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମଇଧରପୁର ରୁ ତାଙ୍କ ଘରକୁ ଫେରିବା ସମୟରେ ତଳମୂଳ କଲେଜ ନିକଟରେ ପାଞ୍ଚଜଣ ଏକ ମାରୁତି ସ୍ୱିଫ୍ଟ ରେ ଆସି ତାଙ୍କୁ ଅଟକାଇଥିଲେ ଓ ଡ଼ରାଇ ତାଙ୍କଠାରୁ ପ୍ରାୟ ପାଞ୍ଚହଜାର ଟଙ୍କା ଥିବା ମନୀପର୍ସ, ଗୋଟେ ସୁନା ମୁଦି ଏବଂ ମୋବାଇଲ ଫୋନ ଡକାୟତି କରି ନେଇଥିଲେ।ବନରପାଳ ପୋଲିସ ଡକାୟତିର ଶିକାର ବ୍ୟକ୍ତିଙ୍କ ଏତଲା ଭିତିରେ ଅନୁସନ୍ଧାନ କରି ସମସ୍ତ ପାଞ୍ଚଜଣ ଅଭିଯୁକଙ୍କୁ ଗିରଫ କରିଛି ଏବଂ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ୪ଜଣ ପଶ୍ଚିମବଙ୍ଗ ର ବର୍ଦ୍ଧମାନ ଜିଲ୍ଲାର ହୋଇଥିବା ବେଳେ ଜଣେ ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲାର।ସେମାନଙ୍କ ଠାରୁ ଡକାୟତିରେ ବ୍ୟବହୃତ ମାରୁତି ସ୍ୱିଫ୍ଟ କାର, ଆଠଟି ମୋବାଇଲ ଫୋନ, ଗୋଟେ ଛୁରୀ,୩୫୦୦ ଟଙ୍କା ସହିତ ମନୀପର୍ସ ଓ ସୁନା ମୁଦି ଜବତ କରାଯାଇଛି।

Leave A Reply

Your email address will not be published.