Webportal

ଟପ୍ପର ହୋଇଥିବା ପିଲା ପରୀକ୍ଷା ଦେଇଥିବା ବିଷୟର ନାଁ ଜାଣିନାହାନ୍ତି

0 446

ସରକାରୀ ନିଯୁକ୍ତି ପରୀକ୍ଷାରେ ଟପ୍ପର ହୋଇଥିବା ପିଲା ପରୀକ୍ଷାରେ କେଉଁ ସବୁ ବିଷୟ ରହିଥିଲା ବୋଲି ପ୍ରଶ୍ନ କରାଯିବାରୁ ସମସ୍ତ ୮ ବିଷୟର ନାଁ କହିବାକୁ ସକ୍ଷମ ହୋଇନାହାନ୍ତି।ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ଏପ୍ରିଲ ୨୬ରେ ପରୀକ୍ଷା କରାଯାଇଥିଲା। ଏହାର ରେଜଲ୍ଟ ମେ’ ଓ ଜୁନ ମାସରେ ଘୋଷଣା ହୋଇଥିଲା। ତେବେ ୧୦ ଜଣ ଟପ୍ପରଙ୍କ ମଧ୍ୟରୁ ୭ ଜଣ ଗୋଟିଏ କଲେଜର ହୋଇଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।ଉକ୍ତ କଲେଜଟି କ୍ଷମତାସୀନ ବିଜେପିର ଜଣେ ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ବିରୋଧୀ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶରେ ସରକାରୀ ଚାକିରି ପାଇଁ ୯.୮ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ୯ ହଜାର ପିଲା ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଛନ୍ତି।୧୦ ଟପ୍ପରଙ୍କ ମଧ୍ୟରୁ ଜଣେ ହେଲେ ପୁନମ ରାଜାୱତ। ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ତାଙ୍କୁ ଏବେ ସାଧାରଣ ପ୍ରଶ୍ନ ପଚରା ଯାଇଥିଲେ ହେଁ ସେ ଏହାର ଉତ୍ତର ଦେବାକୁ ସକ୍ଷମ ହୋଇନାହାନ୍ତି। ସେହିପରି ସେ ପରୀକ୍ଷା ଦେଇଥିବା ସମସ୍ତ ୮ ବିଷୟର ନାଁ ମଧ୍ୟ ଜାଣି ନାହାନ୍ତି।

Leave A Reply

Your email address will not be published.