Webportal

ଜୟଶଙ୍କରଙ୍କ ‘ଏସିଆନ୍ ସେଞ୍ଚୁରି’ ମନ୍ତବ୍ୟ ସମର୍ଥନରେ ଚିନ ପକ୍ଷର ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆହ୍ବାନ

0 179

ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନର ସୀମା ବିବାଦକୁ ନେଇ ସମ୍ପର୍କ ମଳିନ ହୋଇପଡ଼ିଥିବା ବେଳେ ବେଜିଂ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ‘ଏସିଆନ୍ ସେଞ୍ଚୁରି’ ମନ୍ତବ୍ୟକୁ ପ୍ରଶଂସା କରିବା ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆହ୍ବାନ ଦେଇଛି। ଗୁରୁବାର ଥାଇଲାଣ୍ଡର ଚୁଲାଲଙ୍ଗକର୍ଣ୍ଣ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ବେଳେ ଏସ୍ ଜୟଶଙ୍କର କହିଥିଲେ- ଭାରତ ଓ ଚୀନ୍ ଯଦି ହାତ ନ ମିଳାନ୍ତି ତେବେ ‘ଏସିଆନ ସେଞ୍ଚୁରି’ ସମ୍ଭବ ନୁହେଁ। ସୀମାନ୍ତରେ ଉତ୍ତେଜନା ଲାଗିରହିଥିବାରୁ ଆମେ ଏବେ ଅତି ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛୁ। ଏପରି ଚାପଗ୍ରସ୍ତ ଦ୍ବିପାକ୍ଷିକ ସମ୍ପର୍କ ଆଞ୍ଚଳିକ ଅଭିବୃଦ୍ଧିକୁ ବ୍ୟାହତ କରିପାରେ। ଜୟଶଙ୍କରଙ୍କ ଏପରି ମନ୍ତବ୍ୟ ପରେ ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି- ଜୟଶଙ୍କର ଏସିଆର ପ୍ରଭାବ ନେଇ ସଠିକ୍‌ ଆକଳନ କରିଛନ୍ତି। ଭାରତ ଓ ଚୀନ୍ ବିକଶିତ ନ ହେଲେ ଏସିଆନ ସେଞ୍ଚୁରି ସମ୍ଭବ ନୁହେଁ। ଚୀନ୍, ଭାରତ ଓ ପଡ଼ୋଶୀ ଦେଶଗୁଡ଼ିକ ବିକଶିତ ନ ହେଲେ ବାସ୍ତବ ଏସିଆ-ପ୍ରଶାନ୍ତ ଶତାବ୍ଦୀ ବା ଏସୀୟ ଶତାବ୍ଦୀ କଦାପି ସମ୍ଭବ ହୋଇପାରିବ ନାହିଁ। ୱେନବିନ କହିଲେ ଯେ ବେଜିଂ ଓ ନୂଆଦିଲ୍ଲୀ ପରସ୍ପର ପ୍ରତି ବିପଦ ନୁହନ୍ତି ବରଂ ପରସ୍ପରର ସହଯୋଗୀ। ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ଉଭୟ ରାଷ୍ଟ୍ର ପାଇଁ ନୂଆ ସୁଯୋଗ ଆଣିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.