ଜାଲ ରେ ପଡ଼ିଲା ବିରଳ ମାଛ , ଯାହାର ଓଜନ ପାଖାପାଖି ୭୦ କେଜି ରୁ ଅଧିକ ହେବ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ସମଲ ବ୍ୟାରେଜ୍ ନିକଟରେ। ସୂଚନା ମୁତାବକ ବ୍ରାହ୍ମଣୀ ନଦୀ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ରୁ ରେଙ୍ଗାଲି ଜଳଭଣ୍ଡାର ରୁ ୩ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଏଣୁ ବନ୍ୟା ଜଳ ର ପ୍ରଭାବ ରେ ଏମିତି ଏକ ବିରଳ ମାଛ ଧୀବର ମାନଙ୍କ ଜାଲରେ ପଡ଼ିଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀ ରୁ ଜାଲ ରେ ଏଭଳି ବିରଳ ମାଛ ଜାଲରେ ପ୍ରଥମ ଥର ପଡିଥିବା ବେଳେ ଏହାକୁ ଦେଖି ଧୀବରମାନେ ମଧ୍ୟ ଚକିତ ହୋଇ ପଡିଥିଲେ । ମାଛ ଦେଖିବାକୁ ସ୍ଥାନୀୟ ଲୋକମାନଙ୍କ ଭିଡ ଲାଗିଥିଲା ।