Webportal

ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକ ମଧ୍ୟ ସେଠାରେ ଭୋଟ ଦେଇ ପାରିବେ: ନିର୍ବାଚନ କମିଶନ

0 1,279

ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାର ସୂଚନାଦେଇ କହିଛନ୍ତି ଯେ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ ।ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ ।କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ନୂଆଁ ଭୋଟରଙ୍କ ନାଁ ସାମିଲ ହେବାର ସମ୍ଭାବନା ରହିଛି । ଏଠାରେ ରହୁଥିବା ଅନ୍ୟ ରାଜ୍ୟର କର୍ମଚାରୀ ହୁଅନ୍ତୁ ଅବା ଛାତ୍ର, ଶ୍ରମିକ ଯେ କେହି ବି ଏଠାରେ ନିଜର ଭୋଟର ଲିଷ୍ଟ କରି ଭୋଟ ଦେଇପାରିବେ ।

Leave A Reply

Your email address will not be published.