Webportal

ଜଣାପଡିଲା ମନ୍ତ୍ରିମଣ୍ଡଳରେ ଭାର ଲାଘବ ହେବାର କାରଣ;ଧର୍ମେନ୍ଦ୍ରଙ୍କ ପତିଆରା କମିବା ଗୁଜବ ହେଲା ମିଥ୍ୟା ସାବ୍ୟସ୍ତ:ପତିଆରା ବଢିବାର ପ୍ରମାଣ ହେଲା ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତି

0 284

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ହେଲା ପରେ ବିଭିନ୍ନ ମହଲରେ ଦଳରେ ତାଙ୍କ ପତିଆରା କମିଯାଇଥିବା ଚର୍ଚ୍ଚା ଜୋର ଧରିଥିଲା,କାରଣ ପେଟ୍ରୋଲିୟମ ଓ ଇସ୍ପାତ ଭଳି ବିଭାଗ ତାଙ୍କ ହାତରୁ କାଢ଼ି ଶିକ୍ଷା ବିଭାଗ ଦିଆଗଲା। ଏହାକୁ ପରିପକ୍ୱ ରାଜନୈତିକ ବିସ୍ଲେସକ ମାନେ ହଜମ କରି ପାରୁ ନ ଥିଲେ ଓ ସେମାନେ ଧର୍ମେନ୍ଦ୍ରଙ୍କ ପତିଆରା ଦଳରେ ବଡିଥିବାର ଯୁକ୍ତି କରୁଥିଲେ। ଯାହାକୁ ଆଜି ବିଜେପି କେନ୍ଦ୍ରୀୟ ନେତୃତ୍ୱ ସତ ପ୍ରମାଣିତ କରିଛି ତାଙ୍କୁ ନିର୍ବାଚନ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ରେ ଦଳର ମୁଖ୍ୟ ପ୍ରଭାରୀ ନିଯୁକ୍ତି କରି। ଏହି ନୂଆ ଦାଇତ୍ୱ ପାଇଁ ତାଙ୍କୁ ଅନେକ ସମୟ ଦେବାକୁ ହେବ, ଯାହାକି ବୋଧହୁଏ ତାଙ୍କର ପୁରୁଣା ମନ୍ତ୍ରାଳୟ ଗୁଡିକ ପାଇଁ ତାଙ୍କର ଦାଇତ୍ୱ ନିର୍ବାହରେ ବାଧକ ସାଜିଥାନ୍ତା।

Leave A Reply

Your email address will not be published.