Webportal

ଚୋରି ହୋଇଥିବା ଟ୍ରକକୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଅନୁଗୁଳ ପୋଲିସ, ଗୋପନ ରଖିଲା ପ୍ରକୃତ ଉଧାରସ୍ଥଳୀର ନାମ

0 552

ତେର ତାରିଖ ରାତିରେ ଅନୁଗୁଳ ଉପକଣ୍ଠ କାଲଟାକ୍ସ ଛକ ଦଶହରା ପଡିଆ ପାର୍କିଂ ହୋଇଥିବା ଛଅ ଚକିଆ ଟ୍ରକ ଯାହାର ନମ୍ବର ଓଆର ୧୯ଏ ୧୭୫୧ ଚୋରି ହୋଇଯାଇଥିବାର ଏତଲା ତୁରଙ୍ଗ ନିବାସୀ ରଞ୍ଜିତ କୁମାର ସାହୁ ଅନୁଗୁଳ ପୋଲିସ ଷ୍ଟେସନରେ ପରଦିନ ଦେଇଥିଲେ।ପୋଲିସ କେଶ ରେଜିଷ୍ଟ୍ରର କରି ତଦନ୍ତ ଆରମ୍ଭ କରିଥିଲେ ଓ ଚୋରି ହୋଇଥିବା ଟ୍ରକକୁ ଜିଲ୍ଲାର ଏକ କଲିଏରୀ ନିକଟରୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ସାମିଆପଲି ର ରାକେଶ ମହାକୁଡ଼ କୁ ଗିରଫ କୋର୍ଟ ଚାଲାଣ କରିଛନ୍ତି।ଉପରୋକ୍ତ ସୂଚନା ଅନୁଗୁଳ ଥାନା ଆଇଆଇସି ଏକ ପ୍ରେସ ଇସ୍ତାହାରରେ ଦେଇଛନ୍ତି।କିନ୍ତୁ କୌଣସି କାରଣରୁ ଯେଉଁ କଲିଏରୀ ନିକଟରୁ ଚୋରି ହୋଇଥିବା ଟ୍ରକ ଉଦ୍ଧାର କରାଗଲା ତାହାର ନାମ ଆଇଆଇସି ଙ୍କୁ ପଚାରିବାରୁ ନ ଜଣାଇ ଗୁପ୍ତ ରଖିଥିଲେ।

Leave A Reply

Your email address will not be published.