Webportal

ଚୋରି

0 361

ଘରର ସମସ୍ତ ସଦସ୍ୟ ଗାଁରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁଇ ଜଣଙ୍କ ଘରେ ପଶି ଚୋର କଳାକନା ବୁଲେଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଦହିସଡା ଗ୍ରାମରେ ଯେଉଁଠି କାଲି ବିଳମ୍ବିତ ରାତିରେ ଚୋର ପଶି ଗ୍ରାମର ଗୟାଧର ପାତ୍ର ଓ ବସନ୍ତ ମଳିକ ଙ୍କ ଘରୁ ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ରଖିଥିବା ଟଙ୍କା କୁ ଚୋରେଇ ନେଇଛନ୍ତି .ଗୟାଧର ପାତ୍ର ଙ୍କ ଘରୁ ପ୍ରାୟ ୫ ଲକ୍ଷ ଟଙ୍କା ର ସୁନାଗହଣା ଚୋରି ହୋଇଥିବା ବେଳେ ବସନ୍ତ ମଳିକ ଙ୍କ ଘରୁ ପ୍ରାୟ ପଚାଶ ହଜାର ଟଙ୍କାର ସୁନାଗହଣା ଚୋରି ର ଅଭିଯୋଗ ହୋଇଛି . ଘଟଣା ସ୍ଥଳରେ ସୋରୋ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି .

Leave A Reply

Your email address will not be published.