Webportal

ଚଳଚଞ୍ଚଳ ଅନୁଗୁଳ ଟାଉନ ଥାନା ପୋଲିସ

ଡକାୟତ ଯୋଜନା କରୁଥିବା ସମୟରେ ମାଡି ବସିଲା

0 446

ଚଳଚଞ୍ଚଳ ଅନୁଗୁଳ ଟାଉନ ଥାନା ପୋଲିସ।ଡକାୟତ ଯୋଜନା କରୁଥିବା ସମୟରେ ମାଡି ବସିଲା।ଅନୁଗୁଳ ସହରରେ ଚୋରି ଡକାୟତି ଓ ରାହାଯାନୀ ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ ଅନୁଯାଇ ଅନୁଗୁଳ ଟାଉନ ଥାନାର ଏକ ଟିମ ସହର ର ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଛି l ଏହି ସମୟରେ ଗୁରୁବାର ଓ ଶୁକ୍ରବାର ମଧ୍ୟ ରାତ୍ରରେ ଉକ୍ତ ଟିମ କୁ ଏକ ଡକାୟତି ଯୋଜନା ବିଷୟରେ ବିଶେଷ ସୂତ୍ରରୁ ଖବର ମିଳି ଥିଲା l ଏହା ପରେ ତୁରନ୍ତ ଟାଉନ ଥାନାର ପୋଲିସ ଟିମ ସହରର ମଦନ ମୋହନ ମନ୍ଦିର ପଛରେ ଥିବା ପିଣ୍ଡି ରୁ ପ୍ରଗତି କ୍ଷୀର ବ୍ୟବସାୟୀ ଙ୍କ ଠାରୁ ଡକାୟତି କରିବା କୁ ଯୋଜନା କରୁଥିବା ଚାରି ଜଣ କୁ ଗିରଫ କରିଥିବା ବେଳେ ଜଣେ ଫେରାର ହେବାରେ ସଫଳ ହୋଇଥିଲା ,ଯାହାକୁ ଧରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି lଗିରଫ ବ୍ୟକ୍ତି ମାନଙ୍କ ନିକଟରୁ ତିନୋଟି ବାଇକ ,ଦୁଇଟି ହାତ ତିଆରୀ ଜୀବନ୍ତ ବୋମା, ଲୁହା ଚାପଡ଼, ଖେଳନା ବନ୍ଧୁକ, ଲଙ୍କା ଗୁଣ୍ଡ, ମଦ ବୋତଲ, ମୋବାଇଲ ଫୋନ ଆଦି ପୋଲିସ ଜବତ କରିଛି l ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୦/୪&୫/୨୫ ଅସ୍ତ୍ର ଶସ୍ତ୍ର ନିରୋଧ ଆଇନ ଏବଂ ୪/୫ ବିସ୍ପୋରକ ପଦାର୍ଥ ଆଇନ ଅନୁଯାଇ ଅନୁଗୁଳ ଥାନାରେ କେଶ ନମ୍ବର ୩୩/୧୦.୧.୨୫ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.