Webportal

ଚତୁର୍ଥ କପିଳାସ ମହୋତ୍ସବରେ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ ହେଲେ କଳିଙ୍ଗ ଟିଭିର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ମିଶ୍ର

ଅନ୍ୟ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ

0 186

ଢେଙ୍କାନାଳର ଗୋପବନ୍ଧୁ ଟାଉନ ହଲ ଠାରେ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଉତ୍ସବ ରେ ଅନୁଗୋଳ କଳିଙ୍ଗ ଟିଭିର ସିନିୟର ରିପୋର୍ଟର ମାନସ ମିଶ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ ।
ଢେଙ୍କାନାଳ ର ସାଂସ୍କୃତିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସ ପକ୍ଷରୁ ଆୟୋଜିତ ଚତୁର୍ଥ କପିଳାସ ମହୋତ୍ସବ ରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଅନୁଗୋଳ ଜିଲ୍ଲାର କଳିଙ୍ଗ ଟିଭି ସିନିୟର ରିପୋର୍ଟର ମାନସ ରଞ୍ଜନ ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ ସାମ୍ବାଦିକ ଗୌରବ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଛି। ଶ୍ରୀ ମିଶ୍ର ୨୦୧୫ ରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟନ୍ତ କଳିଙ୍ଗ ଟିଭିରେ ସିନିୟର ରିପୋର୍ଟର ଭାବେ କାର୍ଯ୍ୟ କରୀ ଅନେକ ସଫଳତା ହାସଲ କରିବା ସହ ଗଠନ ମୂଳକ ଖବର ପ୍ରସାରଣ କରି ଅନେକ କୃତିତ୍ୱ ଅର୍ଜ୍ଜନ କରିଛନ୍ତି।ବିଶେଷ କରି ସମଲ ବ୍ୟାରେଜ ବିସ୍ଥାପନ ସମସ୍ୟା,ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେଉ କି ପ୍ରଦୂଷଣ ଜନିତ ସମସ୍ୟା ଖବର ହେଉ କି କ୍ରାଇମ ବିଟ ସହ କୋଭିଡ ସମୟରେ ନିରବଛିନ୍ନ ଭାବେ ଖବର ପ୍ରସାରଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ପୂର୍ବରୁ ସାମ୍ବାଦିକ ଶ୍ରୀ ମିଶ୍ର ଅନେକ ଅନୁଷ୍ଠାନ ମାନଙ୍କରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।

👉୨୦୧୬ ରେ ବାଲେଶ୍ୱରରେ ଖୋଲାଖବର ତରଫରୁ ଯୁବ ସାମ୍ବାଦିକ ସମ୍ମାନରେ ସମ୍ମାନୀତ।
👉ସୂର୍ଯ୍ୟାଲୋକ ସାମ୍ବାଦିକ ସମ୍ମାନ ପ୍ରତିଭା ମହୋତ୍ସବ ୨୦୧୯
👉ତ୍ୟାଗବିର ସମ୍ମାନ ୨୦୨୦ ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ
👉ନୂଆଦିଲ୍ଲୀ ଶ୍ରୀ ଜଗନ୍ନାଥ ଏକତା ସଂଘ ପକ୍ଷରୁ କରୋନା ଯୋଧ୍ୟା ସମ୍ମାନ
👉ବ୍ୟାଙ୍କକ୍ ର ଧରାଧାମ ଇଣ୍ଟରନେସନାଲ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ୨୦୨୧ ରେ ସମ୍ମାନିତ ହୋଇଥିଲେ।
👉ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ” ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ରେ ରାଜ୍ୟ ସାମ୍ବାଦିକ ଗୌରବ ସମ୍ମାନ ରେ ସମ୍ମାନିତ

Leave A Reply

Your email address will not be published.