Webportal

ଗୋରୁ ଚୋରାଚାଲାଣ ମାମଲାରେ ମମତା ବାନାର୍ଜୀଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ‘ସିବିଆଇ’

0 134

୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍‌ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି।

ଏହା ପୂର୍ବରୁ ମଣ୍ଡଳ ୧୦ ଥର ‘ସିବିଆଇ’ର ସମନ୍‌ ଏଡ଼ାଇ ଥିଲେ। ସେଥିପାଇଁ ‘ସିବିଆଇ’କୁ ଅଦାଲତର ଆଶ୍ରୟ ନେବାକୁ ପଡ଼ିଥିଲା। ଶେଷ ସମନ୍‌ ପାଇବା ପରେ ଇ-ମେଲ୍‌ କରି ମଣ୍ଡଳ ଜଣାଇଥିଲେ କି, ‘ମେଡିକାଲ୍‌ ଚେକ୍‌-ଅପ୍‌’ ଥିବାରୁ ସେ ‘ସିବିଆଇ’ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ।
ତଦନ୍ତ ସମୟରେ ପୂର୍ବରୁ ମଧ୍ୟ ‘ସିବିଆଇ’ ମଣ୍ଡଳଙ୍କୁ ୨ଥର ଜେରା କରିଥିଲା।

୨୦୨୦ରେ ‘ସିବିଆଇ’ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିବା ପରେ ଗୋରୁ ଚୋରା ଚାଲାଣ ଦୁର୍ନୀତିରେ ତାଙ୍କ ନାମ ଥିବା କଥା ଜଣାପଡ଼ିଥିଲା। ‘ସିବିଆଇ’ କହିବା ଅନୁସାରେ, ୨୦୧୫ରୁ ୨୦୧୭ ମଧ୍ୟରେ ସୀମାପାରିକୁ ଚୋରା ଚାଲାଣ ହେଉଥିବା ବେଳେ ସୀମା ସୁରକ୍ଷା ବଳ ୨୦,୦୦୦ରୁ ଅଧିକ ଗୋରୁ ଜବତ କରିଥିଲା

ଗୋରୁ ଚୋରାଚାଲାଣ ମାମଲରେ ସମ୍ପୃକ୍ତି ଥିବା ବିଷୟରେ ସୂଚନା ପାଇ ନିକଟ ଅତୀତରେ ‘ସିବିଆଇ’ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମଣ୍ଡଳଙ୍କ ଅଙ୍ଗରକ୍ଷୀ ସାଇଗଲ୍‌ ହୋସେନ୍‌ଙ୍କୁ ମଧ୍ୟ ‘ସିବିଆଇ’ ଗିରଫ କରିଛି।

ବୀରଭୂମରେ ‘ତୃଣମୂଳ କଂଗ୍ରେସ’ର ‘ବାହୁବଳୀ’ ନେତା ଭାବେ ସୁପରିଚିତ ଅନୁବ୍ରତ ମଣ୍ଡଳଙ୍କୁ ଦଳୀୟ କର୍ମୀମାନେ ଶ୍ରଦ୍ଧାରେ ‘କେଷ୍ଟୋ ଦା’ ବୋଲି ଡାକନ୍ତି। ତାଙ୍କ ସମ୍ମତି ବିନା ବୀରଭୂମରେ କିଛି ହୋଇପାରିବ ନାହିଁ ବୋଲି ଲୋକେ କହନ୍ତି।

ସୂଚନାଯୋଗ୍ୟ, ‘ତୃଣମୂଳ କଂଗ୍ରେସ’ର ଏହି ନେତା ‘ହାଇପୋକ୍ସିଆ’ରେ ଆକ୍ରାନ୍ତ ହୋଇଥିବାରୁ ସାଥିରେ ‘ଅକ୍ସିଜେନ୍‌’ ରଖିଥାଆନ୍ତି।

Leave A Reply

Your email address will not be published.