Webportal

ଗୁଡ଼ି ସୂତା ଲାଗି କଟିଲା ବେକ, ଯୁବକ ଗୁରୁତର

0 228

କଟକ ଜଗତପୁର ନିକଟରେ ଅଘଟଣ। ଗୁଡି ସୂତା ଲାଗି ଜଣେ ଯୁବକଙ୍କ ବେକ କଟି ଗଲା। ଗୁରୁତ୍ତର ଅବସ୍ଥାରେ ବଡ଼ ମେଡିକାଲ କୁ ସ୍ଥାନାନ୍ତର।
ଗୁରୁତର ଆହତ ଯୁବକ ଙ୍କ ନାମ ମନୋରଞ୍ଜନ ସାହୁ ଘର ଛତିଆ ଯାଜପୁର ଯିଏ ଜଗତପୂର୍ ଖଣ୍ଡେଇ ପଡିଆ ବାଟ ଦେଇ କଟକ ଅଭିମୁଖେ ଯାଉଥିବା ବେଳେ ସୁତାଟି ହତାତ୍ ତାଙ୍କର ବେକରେ ଲାଗି ଯାଇଥିଲା। ପରେ ବେକ ଅଧାରୁ ଅଧିକ କଟି ଯାଇଥିଲା ଯାହାଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ମେଡିକାଲ ପଠାଇ ଥିଲେ।

Leave A Reply

Your email address will not be published.