Webportal

ଗୁଜୁରାଟରେ ବିଜେପି ସରକାରକୁ ଆସିଲେ ମଦ ମିଳିବ, ଆଉ ଆପ ସରକାରକୁ ଆସିଲେ ଚାକିରି ମିଳିବ: ଅରବିନ୍ଦ କେଜ୍ରିୱାଲ

0 112

ଯଦି ସରକାରକୁ ବିଜେପି ଆସିବ ତେବେ ଆପଣଙ୍କୁ ମଦ ମିଳିବ ଆଉ ଯଦି ଆମେ ଆସିବୁ ତେବେ ଆପଣଙ୍କୁ ଚାକିରୀ ମିଳିବ। କିଛି ଏଭଳି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ମଦ କାରବାର ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ।

ଅରବିନ୍ଦ କହିଛନ୍ତି ରାଜ୍ୟରେ ଖୁଲମ ଖୁଲା ମଦବିକ୍ରି ଚାଲିଛି।ଗୁଜୁରାଟରେ ଦିନ ଦ୍ୱିପ୍ରହରରେ ବିଷାକ୍ତ ମଦ ମିଳୁଛି ଆଉ ଲୋକ ମାନେ ତାକୁ ସେବନ କରୁଛନ୍ତି ଏହା ଉପରେ କୌଣସି କଟକଣା ମଧ୍ୟ ଲାଗୁ କରାଯାଉ ନାହିଁ । ମୁଁ କେବଳ ପ୍ରତିଶୃତି ଦେବାକୁ ଚାହୁଁ ନାହିଁ ମୁଁ ଗୁଜୁରାଟର ଜନତା ମାନଙ୍କ ଉପରେ ସବୁ କିଛି ଛାଡି ଦେଇଛି । ବିଜୁଳି ହେଉ ଅବା ଶିକ୍ଷା ସବୁ କ୍ଷେତ୍ରରେ ଗୁଜୁରାଟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଆପ ପ୍ରସ୍ତୁତ ଅଛି । ଆଉ ଅରବିନ୍ଦ ଏହା ମଧ୍ୟ କହିଛନ୍ତି ଆପ ଯେଉଁ ସବୁ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇ ଥାଏ ତାକୁ ଅକ୍ଷର ଅକ୍ଷରରେ ପାଳନ କରିଥାଏ । ଆପଣଙ୍କ ଇତିହାସର ଫର୍ଦ୍ଦ ଖୋଲି ତାହାକୁ ଦେଖି ପାରିବେ ବୋଲି କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.