Webportal

ଖାମଖିଆଲ ଓ ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଅମୂଲ୍ୟ ଜୀବନ

ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ସହଯୋଗରେ ନୋଏଣ୍ଟ୍ରି ସମୟରେ ଗାଡି ଚାଲୁଥିବା ସନ୍ଦେହ

0 830

ଅନୁଗୋଳ ଥାନା କୁମଣ୍ଡ ଠାରେ ଟ୍ରକ ଧକ୍କାରେ ସ୍କୁଲ ଛାତ୍ରୀ ମୃତ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ପଛପଟୁ ଟ୍ରକ ଧକ୍କା ଦେଇଥିଲା।ଧକ୍କା ଫଳରେ ଛାତ୍ରୀ ଗୁରୁତର ଅବସ୍ଥାରେ ଉଧାର କରାଯାଇ ପ୍ରଥମେ ଅନୁଗୋଳ ପରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି।ମୃତକ ଛାତ୍ରୀ ଜଣକ ହେଲେ ଦଶମ ଶ୍ରେଣୀର ଆଞ୍ଚଲ ସାହୁ।ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକ ଅନୁଗୋଳ ଛେଣ୍ଡିପଦା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା।ପୋଲିସ ବୁଝା ସୁଝାପରେ ବି ଆନ୍ଦୋଳନରୁ ହଟିନଥିଲେ ଗ୍ରାମବାସୀ।ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ବାନ୍ଧି ନିସ୍ତୁକ ମାଡ ମଧ୍ୟ ମାରିଥିଲେ ଗ୍ରାମବାସୀ।ଏବେ ବି ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ଆନ୍ଦୋଳନ ଜାରି ରହିଛି

Leave A Reply

Your email address will not be published.