Webportal

ଖଡଗପ୍ରସାଦ ଗ୍ରାମରେ ୭ମ ବୋଇତ ବନ୍ଦାଣ ଉତ୍ସବରେ ପାଳିତ

0 129

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୀତିନୀତି ଅନୁଯାଈ ପ୍ରଥମେ ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ମାନଙ୍କୁ ସାଧବାଣୀ ମାନେ ବନ୍ଦାପନା କରିଥିଲେ ଏବଂ ସାଧବ ପୁଅ ମାନେ ବୋଇତ ରେ ବିଦେଶ କୁ ଯାତ୍ରା କରିଥିଲେ। ସାଧବ ପୁଅ ମାନେ ସୁଦୂର ବିଦେଶରେ ବଣିଜ କରି ଫେରିବା ପରେ ସାଧବାଣୀ ମାନେ ସାଧବ ପୁଅକୁ ବନ୍ଦାପନା କରି ଘରକୁ ଫେରିବାପରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅନୁକୂଳ ସାହୁ ଯୋଗ ଦେଇଥିଲେ। , ମୁଖ୍ୟବକ୍ତା ଡାକ୍ତର ନିହାର ରଞ୍ଜନ ସିଂହ, ସମ୍ମାନୀୟ ଅତିଥି କୃଷ୍ଣ ଚନ୍ଦ୍ର ନାଏକ, ମିଲୁ ଚରଣ ଦେହୁରୀ, ରବି ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ପ୍ରଥମରେ ପ୍ରଭୁଃ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ତା ପରେ ବୋଇତ ବନ୍ଦାଣ ଉପରେ ନିଜର ବକ୍ତବ୍ୟ ଅତିଥି ମାନେ ପ୍ରଦାନ କରିଥିଲେ । ପୂର୍ବରୁ ହୋଇଥିବା ବକ୍ତା, ରଚନା, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ବୋଇତ ବନ୍ଦାଣ ଉତ୍ସବ ପୁରସ୍କୃତ କରାଯାଇଥିଲା। ତା ପରେ କୁନି କୁନି ପିଲାମାନଙ୍କୁ ନେଇ ଏକ ନୃତ୍ୟ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାରର ସାସ୍କୃତିକ କରାଯାଇଥିଲା। ବ୍ଲକ ର ବିଭିନ୍ନ ଅଞ୍ଚଳରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବା ଦେଇ ସାସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିନୋଦ କୁମାର ସାହୁ, ପ୍ରମୋଦ କୁମାର ସାହୁ, ଲଛମନ ସାହୁ, ପର୍ଶୁରାମ୍ ସାହୁ, ତ୍ରିନାଥ ସାହୁ, ନନ୍ଦ କିଶୋର ସାହୁ, ବନମାଳୀ ସାହୁ, ଭବାନ ଚରଣ ସାହୁ, ସଞ୍ଜୟ ସାହୁ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆୟୋଜନ କରିବା ସହ ପରିଚାଳକ କରିଥିଲେ।

Leave A Reply

Your email address will not be published.