Webportal

କ୍ଲେପଟୋ କରେଂସି ଜାଲରେ ରାଜ୍ୟର ରାଜଧାନୀ

0 392

ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଡି ଚାଲିଥିବାବେଳେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର କ୍ଲେପଟୋ କରେଂସି ଜାଲରେ ଛନ୍ଦି ହୋଇପଡୁଥିବା ଲକ୍ଷ୍ୟ କରାଯାଏ।ମୁମ୍ବାଇ, ଦିଲ୍ଲୀ ଆଦି ମେଟ୍ରୋନଗରୀ ଗୁଡିକରୁ କିଛି ଅସମାଜିକ ଯୁବକ ରାଜଧାନୀ ଭୁବନେଶ୍ବରକୁ ଆସି ସେମାନଙ୍କର ଏହି ବେପାରକୁ ସାଇବର ଦୁନିଆରେ ଲଗାଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି କ୍ଲେପଟୋ କରେଂସି କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ଅବୈଧ ବେପାର ଭାବେ ଗଣାଯାଇ ଏହାକୁ ନିଷିଦ୍ଧ କରାଯାଇଛି।ମାତ୍ର କ୍ଲେପଟୋ କରେଂସି ସହ ସମ୍ପର୍କ ରଖିଥିବା ଏହି ଅସାମାଜିକ ଯୁବକମାନେ ନିଜ ଘରେ କମ୍ପ୍ୟୁଟର ରଖି ଏହି ବେପାର ଚଳେଇ ଆସୁଥିବାବେଳେ ଅନେକ ବେକାର ଯୁବକଙ୍କୁ କର୍ମସଂସ୍ଥାନ ଦେବା ଆଳରେ ଠକୁ ଥିବା ଜଣାଯାଇଛି।ତାଙ୍କୁ ଏହି କାର୍ଯ୍ୟରେ ରାଜଧାନୀର ନାମକରା ମଦ ବ୍ୟବସାୟୀ ସାହାଯ୍ୟ କରୁଥିବାର ସୂଚନା ମିଳୁଛି।ଏହି ବେପାର ଚଳାଇ ଆସୁଥିବା ଯୁବକ ମାନେ ନିଜକୁ ଆଇଟି ଇଂଜିନିୟର କହି ବିଭିନ୍ନ ସଂସ୍ଥାରେ ଚାକିରୀ କଲାପରେ ସେହି ସଂସ୍ଥାର ଆଇଟି ମୁଖ୍ୟର ପରିଚୟ ପତ୍ର ସଂଗ୍ରହ କରନ୍ତି ଓ ପରେ ଏହି ସଂସ୍ଥାଗୁଡିକ ବ୍ୟବହାର କରୁଥିବା କମ୍ପ୍ୟୁଟର ପାସୱାଡ଼ ହାସଲ କରି ବିଭିନ୍ନ ସମୟରେ ନିଜ ସ୍ୱାର୍ଥରେ ଲଗାଇଥାନ୍ତି।ଏପରିକି ବିଭିନ୍ନ ଆଳ ଦେଖାଇ ସଂସ୍ଥାର ମାଲିକ ଓ କର୍ମଚାରୀମାନଙ୍କ ପ୍ୟାନ କାର୍ଡ, ଭୋଟର ଆଡି କାର୍ଡ ଓ ଆଧାର କାର୍ଡର କପି ହାସଲ କରି ତାହାକୁ ବେଆଇନ ଭାବେ ଅସାମାଜିକ କାର୍ଯ୍ୟରେ ଲଗାଉଥିବାର ଅଭିଯୋଗ ହେଉଛି।ଅତୀତରେ ଏହି କ୍ଲେପଟୋ କରେଂସି ବେପାର କରୁଥିବା କିଛି ଯୁବକ ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ରହି ବିଚାରାଧୀନ ବନ୍ଦୀ ଭାବରେ ଜେଲ ହାଜତରେ ଥିବା ଜଣାପଡିଛି।ଏହି ରାକେଟରେ ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, ବାଲେଶ୍ବର, କଟକ, ପୁରା ଓ ଜଗତସିଂହପୁର ର କିଛି ଅସାମାଜିକ ଯୁବକ କାର୍ଯ୍ୟ କରୁଥିବାର ସାଧାରଣରେ ଅଭିଯୋଗ ହେଉଥିବାବେଳେ ଏହା ଉପରେ ସିଧାସଳଖ ଅଭିଯୋଗ କରିବା ପାଇଁ କେହି ରାଜି ହେଉନାହାନ୍ତି।କାରଣ କ୍ଲେପଟୋ କରେଂସି ବେପାର କରୁଥିବା ଯୁବକମାନେ ଅତୀତରେ ଅନେକ ଅପରାଧ ସହ ସଂଶ୍ଲିଷ୍ଟ ଅଛନ୍ତି। ତେଣୁ ନିଜ ଜୀବନକୁ ବିପନ୍ନ କରି ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କେହି ରାଜି ହେଉନଥିବାବେଳେ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା ଓ ଗୁଇନ୍ଦା ବିଭାଗ ଏଥିପ୍ରତି ସଜାଗ ରହି କିଛି ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ଏହାକୁ ରୋକିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave A Reply

Your email address will not be published.