Webportal

କାହା ସ୍ୱାର୍ଥରେ ଆଧାରକାର୍ଡ ବାଧ୍ୟତାମୂଳକ ; ପାଖରେ ନଥିବାରୁ ମରିଗଲେ ମା ସହିତ ଯାଆଁଳା ଶିଶୁ

0 163

କର୍ଣ୍ଣାଟକର ତୁମକୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ନଥିଲା। ଏହାପରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରକୁ ଫେରିବାକୁ ପଡ଼ିଥିଲା। ଘରେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ, କିନ୍ତୁ ସେମାନଙ୍କ ଅବସ୍ଥା ଏତେ ଖରାପ ହୋଇ ପଡ଼ିଥିଲା କି ମହିଳାଙ୍କ ସମେତ ଉଭୟ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇ ଯାଇଥିଲା।

କୁହାଯାଉଛି କି, ୩୦ବର୍ଷର ଗର୍ଭବତୀ ମହିଳା କସ୍ତୁରୀଙ୍କୁ ପ୍ରସବ ପାଇଁ ଜିଲ୍ଲା ଡାକ୍ତରଖାନାକୁ ଅଣା ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ କର୍ତ୍ତୃପକ୍ଷ ମନା କରିଥିଲେ । କାରଣ ତାଙ୍କର ରାଜ୍ୟ ସରକାରଙ୍କ ମାତୃତ୍ୱ କାର୍ଡ କିମ୍ବା ଆଧାର କାର୍ଡ ନଥିଲା।

ଏହା ପରେ ମହିଳା ଜଣକ ଘରକୁ ଫେରି ଯାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲେ। ଗୋଟିଏ ପିଲାକୁ ଜନ୍ମ ଦେଇ ଆଉ ଗୋଟିଏ ପିଲାକୁ ଜନ୍ମ କରୁଥିବା ସମୟରେ କସ୍ତୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ଗୁରୁବାର ସକାଳେ କସ୍ତୁରୀ ଏବଂ ଯାଆଁଳା ଶିଶୁଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କସ୍ତୁରୀଙ୍କ ବୁଧବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଲୋକମାନେ କିଛି ଟଙ୍କା ଜମା କରି କସ୍ତୁରୀଙ୍କୁ ତୁରନ୍ତ ଅଟୋ ରିକ୍ସା ଦ୍ୱାରା ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇ ନଥିଲା, ଶେଷର ଘରକୁ ଫେରାଇ ଅଣାଯାଇଥିଲା।

Leave A Reply

Your email address will not be published.