Webportal

କଲୋନୀ ର ଘର ଭିତରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ

0 185

ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡ଼ିଓ କଲୋନୀର ପାଚେରି ଡେଇଁ କାର ଜାଳିଲେ ଦୁର୍ବୃତ୍ତ । ସୂଚନା ଯେ, ବିଡିଓ କଲୋନୀ ର ନଳିତେନ୍ଦୁ ବେହେରା ଙ୍କ ଭଡ଼ା ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସେ ତାଙ୍କ ଭଡ଼ା ଘର ବାହାରେ ନିଜ କାର୍ ଟିକୁ ରଖି ଡ୍ୟୁଟି ଯାଇଥିଲେ। ଗତ କାଲି ବିଳମ୍ବିତ ରାତ୍ରୀ ୨ ଘଟିକା ସମୟ ରେ କିଛି ଦୁର୍ବୃତ୍ତ ଆସି କାର OD 19 U 7893 ମାରୁତି ସେଲେରିଓ କାର ଟିକୁ ନିଆ ଲଗାଇ ଦେଇଥିଲେ। ଉପର ଘରେ ଭଡ଼ା ରେ ରହୁଥିବା ଲୋକ ନିଆ ଲାଗିଥିବା ଦେଖି ତଳକୁ ଆସି ପାଣି ପକାଇ ନିଆ କୁ ଆୟତ କରିଥିଲେ। କାର ଟି ର ଅଧିକ କ୍ଷୟକ୍ଷତି ହେବାରୁ ରକ୍ଷା ପାଇଯାଇଥିଲା। ଏହା ପରେ ଅରୁଣ ଦାସ ଙ୍କୁ ଫୋନ ମାଧ୍ୟମ ଜଣାଇଥିଲେ। ଅରୁଣ ଦାସ ଆସି କାର ଟିର ଅବସ୍ଥା ଦେଖି ଅନୁଗୋଳ ସଦର ଥାନା ରେ ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ବୁତ୍ତ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅରୁଣ ଦାସ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.