Webportal

କର୍ଫୁ ସମୟରେ ଅନୁଗୁଳ ପୌରପାଳିକା ପକ୍ଷରୁ ମାର୍କେଟ ଖୋଲିବାକୁ ଦିଆଯାଇ ଅସୁଲ କରାଯାଉଛି ଟିକସ

0 387

ସାରାଦେଶ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ଅନୁଗୁଳ ସହର ଏଥିରୁ ବାଦ ପଡିନି।ଜିଲ୍ଲାରେ ପନ୍ଦର କରୋନା ଆକ୍ରାନ୍ତ ଚିହ୍ନଟ ଓ ସାମାଜିକ ଦୂରତା ରକ୍ଷା ନ କରିବା ସ୍ଥଳେ ଜିଲ୍ଲାପାଳଙ୍କ ସଟଡାଉନ ଚେତାବନୀ ସତ୍ତ୍ୱେ ସାଧାରଣ ଲୋକ କଣ ଖୋଦ ଦିନରେ ବୁଲି ବୁଲି ନିୟମ ନ ମାନୁଥିବା ଦୋକାନୀଙ୍କୁ ସଚେତନ ଓ ଦୋକାନ ସିଲ କରୁଥିବା ପୌରପାଳିକା ନିର୍ବାହ ଅଧିକାରୀଙ୍କ ଅଧିନସ୍ଥ କର୍ମଚାରୀ ରାତି ୧୨ ଟାରୁ ସକାଳ ୪ ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଭିତରେ ପରିବା ବଜାର ଚାଲୁଥିବା ବେଳେ ସେଠାରୁ ଟିକସ ଆଦାୟ କରୁଛନ୍ତି। ଏଥିପାଇଁ କିଏ ଦେଇଛି ଅନୁମତି।ତାହା ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ।କଣ କର୍ଫୁ ସମୟରେ ମଧ୍ୟରାତ୍ରୀରେ ପରିବା ବିକ୍ରି ଜରୁରୀ। ଏହି ସମୟରେ ପୌରପାଳିକା ପକ୍ଷରୁ ପରିବା ବିକ୍ରେତାଙ୍କ ଠାରୁ ଟିକସ  ଆଦାୟ କରିବା କଥା ଖୋଦ ବିକ୍ରେତା ଓ ଟିକସ ଆଦାୟକାରୀ ସ୍ୱୀକାର କରିଛନ୍ତି।କର୍ଫୁ ସମୟରେ ଚାଲୁଥିବା ଏହି କାରନାମା ବିଷୟରେ ପୋଲିସ ମଧ୍ୟ କିପରି କିଛି ଜାଣିପାରିଲା ନାହିଁ।ଏହି ସମୟରେ ଲୋକେ ମାସ୍କ ଏବଂ ସାମାଜିକ ଦୂରତ୍ୱ ବିଷୟରେ ଯେମିତି କିଛି ଜାଣି ନ ଥିବା ଦେଖା ଯାଇଥିଲା।ଏହି ପରି ଘଟଣା ଫଳରେ ଲୋକଙ୍କ ଜୀବନ ପ୍ରତି କରୋନା ଭୟ ବିଶେଷ ଭାବେ ବଢି ଚାଲିଛି।ଦିଆ ଯାଇଥିବା ଚିତ୍ର ବହୁତ କିଛି ବର୍ଣ୍ଣନା କରୁଛି

Leave A Reply

Your email address will not be published.