Webportal

ଏବେ ଓଡ଼ିଶା ପାଳି? ଇଡି ଜବତ କଲା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତି

0 150

ପ୍ରବର୍ତ୍ତନ ନିର୍ଦେଶାଳୟ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଥିବା ଜଣାଯାଇଛି। ମନି ଲଣ୍ଡରିଂଆକ୍ଟ ଅନୁଯାୟୀ ତାଙ୍କର ଏହି ସଂପତ୍ତି ଆଟାଚ୍ କରାଯାଇଛି। ଆଜି ପୂର୍ବତନ ବିଧାୟକ ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କର ଏବଂ  ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର  ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଛି। ପ୍ରଭାତରଂଜନ ବିଶ୍ବାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟା୍ଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଉତ୍ତର ପ୍ରଦେଶର ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ସଂପତ୍ତି ଆଟାଚ୍ କରାଯାଇଛି। ଏହି କଂପାନି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ। ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ।
୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଓଡ଼ିଶାର କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍ ଦାଖଲ ହୋଇଥିଲା। ଭାରତୀୟ ଏବଂ ବିଭିନ୍ନ ବିଭାଗ ଅଧୀନରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.