Webportal

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ

0 165
ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ।ଅନୁଗୁଳ ଜିଲ୍ଲାରେ ଆଜି ଦୁଇ ଗୋଟି ଅବକାରୀ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଛି। ଅନୁଗୁଳ ଜିଲ୍ଲାରେ ଅବକାରୀ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ କାର୍ଯ୍ୟାଳୟ ଏବଂ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ଦିନ ହେଲା କାର୍ଯ୍ୟାଳୟ ପାଇଁ ଦାବି ହୋଇ ଆସୁଥିଲା। ଆଜି ଏହି ଦାବି ର ଅନ୍ତ ଘଟିଛି। ଆଜି ଜିଲ୍ଲାପାଳ ଅବ୍ଦାଲ୍ ଏମ୍ ଅଖତାର ଏହି ଦୁଇ କାର୍ଯ୍ୟାଳୟ କୁ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ରେ ଅବକାରୀ ଯୁଗ୍ମ ଆୟୁକ୍ତ ରାଜେନ୍ଦ୍ର ଭତ୍ରା,  ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଶ୍ରୀ ଭତ୍ରା କହିଲେ ଯେ, ଏହି କାର୍ଯ୍ୟାଳୟ ରେ ସମସ୍ତ ଅଧିକାରୀ ମାନେ ସ୍ୱାଭିମାନ ସହ କାର୍ଯ୍ୟ କରିବା ସହ ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଚୋରା କାର୍ଯ୍ୟ କରୁଥିବା ଲୋକ ଙ୍କୁ ଗିରଫ କରି ଜେଲ କୁ ପଠେଇ ଦିଆ ଯିବ।
Leave A Reply

Your email address will not be published.