Webportal

ଆଶ୍ଚର୍ଯ୍ୟ:ଗାଡି ଭିତରେ ଥିବା ଚୋରା ସୁନା ଖୋଜିବାକୁ ଲାଗିଲା ଅଠର ଘଣ୍ଟାରୁ ଅଧିକ ସମୟ

0 246

ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ରାଜସ୍ୱ ବିଭାଗ ଗୁଇନ୍ଦା କର୍ମଚାରୀଙ୍କ ଦ୍ୱାରା ପ୍ରାୟ ୨୧ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଛି। ଜବତ ସୁନାର ଓଜନ ପ୍ରାୟ ୪୩ କିଲୋଗ୍ରାମ ହେବ। ବିଶେଷ ସୂତ୍ରରୁ ଖବର ପାଇ ଗୁଇନ୍ଦା କର୍ମଚାରୀମାନେ ଏକ ସ୍ୱତନ୍ତ୍ର କାର ଉପରେ ନଜର ରଖିଥିଲେ। କାରରେ ଥିବା ୨ ବ୍ୟକ୍ତିଙ୍କୁ ଜେରା କରିବା ପରେ ସେମାନେ କୌଣସି ସଠିକ ଉତ୍ତର ଦେଇ ପାରି ନଥିଲେ। ଯାଞ୍ଚ କରିବା ଦ୍ୱାରା କାରରୁ ବିପୁଳ ପରିମାଣରେ ସୁନା ବିସ୍କୁଟ ଜବତ କରାଯାଇଥିଲା।ମାତ୍ର ଜବତ ହୋଇଥିବା ସୁନା ବିସ୍କୁଟକୁ କାରରେ ଏପରି ଭାବେ ରଖାଯାଇଥିଲା, ଯାହାକୁ ଖୋଜିବାକୁ ପ୍ରାୟ ୧୮ ଘଣ୍ଟା ସମୟ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେବଳ ଏହି ସୁନା ଚୋରା ଚାଲାଣ ପାଇଁ ଏହି କାରକୁ ବ୍ୟବହାର କରାଯାଇଥିଲା ବୋଲି ତଦନ୍ତରୁ ସୂଚନା ମିଳିଛି। କାରରେ ସ୍ୱତନ୍ତ୍ର ଗୋପନୀୟ ସ୍ଥାନ ତିଆରି କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.