Webportal

ଆମେରିକାର ଧମକକୁ ବେଖାତିର,: ଉତ୍ତର କୋରିଆ ଏକାଥରକେ କଲା ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ

0 119

ଆମେରିକାର ନାଲି ଆଖିକୁ ଖାତିର ନ କରି ଉତ୍ତର କୋରିଆ ଏକାଥରକେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ।

ଉତ୍ତର କୋରିଆ ଉପରେ ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ ଏହାକୁ ଉତ୍ତର କୋରିଆ ଶାସକ କିମ ଉନ୍‌ ଜଙ୍ଗ ଖାତିର କରିନାହାନ୍ତି।

ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ଏନେଇ ସୂଚନା ଦେଇଛି। ଆମେରିକାର ଜଣେ ବରିଷ୍ଠ ଦୂତ ଦକ୍ଷିଣ କୋରିଆର ସିଓଲ ଛାଡିବାର ଗୋଟିଏ ଦିନ ପରେ ଏହି ପରୀକ୍ଷଣ କରାଯାଇଛି। ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି। କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଆମ ସେନା ଚିହ୍ନଟ କରିଛି। ଆଜି ସକାଳେ ୩୦ ମିନିଟ୍‌ରୁ କିଛି ସମୟ ଧରି ଏହି କ୍ଷେପଣାସ୍ତ୍ର ସବୁ ନିକ୍ଷେପ କରାଯାଇଥିଲା ବୋଲି ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫ୍‌ କହିଛନ୍ତି।

ଜାପାନର ଫୌଦା ସମାଚାର ଏଜେନ୍ସି ଅନୁସାରେ ଉତ୍ତର କୋରିଆ ଏକାଧିକ ମିସାଇଲ୍‌ ପରୀକ୍ଷଣ କରିଛି। କିମ୍‌ ସପ୍ତାହକ ଭିତରେ ଅନ୍ତରମହାଦୀପିୟ ବାଲିଷ୍ଟିକ୍‌ ମିସାଇଲ୍‌ ସହିତ ଆଉ କେତେକ ମିସାଇଲ୍‌ର ମଧ୍ୟ ପରୀକ୍ଷଣ କରିଛନ୍ତି।

ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ସଙ୍ଗ କିମ ଶୁକ୍ରବାର ଦିନ ସିଓଲରେ ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରତିପକ୍ଷଙ୍କୁ ଭେଟିଛନ୍ତି। ଉତ୍ତର କୋରିଆ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆ ସରକାର ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଉତକ୍ଷେପଣ କରିଛି। ଉତ୍ତର କୋରିଆ ଅନ୍ୟୂନ ୬ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏଥର ଖୁବ୍‌ ସ୍ୱଳ୍ପ ସମୟ ଭିତରେ ଅନ୍ୟୂନ ୩ଟି ସ୍ଥାନରୁ ବହୁ ସଂଖ୍ୟକ ଉତ୍‌କ୍ଷେପଣ ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.