Webportal

ଆଧାର-ପାନ ଲିଙ୍କ ନକଲେ ୧୦ହଜାର ଜରିମାନା

0 350

ଚଳିତ ମାସ ୩୧ ସୁଦ୍ଧା ଯେଉଁ ଟିକସଦାତା ମାନେ ପାନ ସହିତ ଆଧାରକୁ ଲିଙ୍କ କରିନଥିବେ ସେମାନଙ୍କ ଉପରେ ୧୦ହଜାର ଟଙ୍କାର ଜରିମାନା ଲାଗୁକରାଯିବ।ଏନେଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଧାର-ପାନ ଲିଙ୍କ କରିବାର ସମୟ ସୀମାକୁ ବହୁବାର ବୃଦ୍ଧି କରାଯାଇଥିବା ବେଳେ, ଶେଷଥର ପାଇଁ ଏହି ସମୟସୀମାକୁ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।ଧାର୍ଯ୍ୟ ସମୟ ମଧ୍ୟରେ ଯେଉଁମାନେ ପାନ ସହିତ ଆଧାର ଲିଙ୍କ ନକରିବେ,ସେମାନଙ୍କ ପାନକୁ ନିଷ୍କ୍ରିୟ ଘୋଷଣା କରାଯିବ ବୋଲି ଆୟକର ବିଭାଗ କହିଥିଲେ।ଏବେ ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେଉଁମାନେ ଆଧାର ପାନ ଲିଙ୍କ ନ କରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ।

Leave A Reply

Your email address will not be published.