Webportal

ଆଠ ଜଣ ବନ୍ୟଜନ୍ତୁ ଶିକାରୀ ଗିରଫ

0 332

ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ ଗତକାଲି ୮ଜଣ ବନ୍ୟଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ । ପମ୍ପାସର ରେଞ୍ଜ ଅଧୀନରେ ଗତ କାଲି ଦିନ ସମୟରେ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଛୋଟ ମୁଣ୍ଡା ରିଜର୍ଭ ଫରେଷ୍ଟ ୩ନମ୍ବର କମ୍ପାଡେ ମେଣ୍ଟ ନିକଟରେ ଶିକାର କରୁଥିବା ସମୟରେ ୮ଜଣ ବନ୍ୟ ଜନ୍ତୁ ଶିକାରି କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୁଣା କୋଟ ଥାନା ଅନ୍ତର୍ଗତ ତରଭା ଗାଁ ର ବିଜୟ ଭୋଇ (୨୦) , ଜୟନ୍ତ ଭୋଇ (୩୦) , ସୁଶାନ୍ତ ପ୍ରଧାନ (୨୫) ,ବଡ଼ଖେତା ରଂଜନ ଭୋଇ (୨୫) ,ସିଧେସ୍ୱର ଭୋଇ (୪୦) ,ସୁକାନ୍ତ ଭୋଇ (୩୫) , ମଙ୍ଗୁଳୁ ଭୋଇ (୩୨) ସାଲର ଗ୍ରାମର ନୀଳକଣ୍ଠ (୪୭) ଙ୍କୁ ଗିରଫ କରି ଥିବା ବେଳେ ସେ ମାନଙ୍କ ପକ୍ଷରୁ ଗୋଟିଏ ଦେଶୀ ବନ୍ଧୁକ ଓ ଶିକାର ପାଇଁ ବ୍ୟବହୃତ ବାରୁଦ ଜବତ କରିଛି ବନ ବିଭାଗ । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ . ପି ସୂଚନା ଦେଇଛନ୍ତି l

Leave A Reply

Your email address will not be published.