Webportal

ଆଜି ବିଜୁଙ୍କ ଜନ୍ମତିଥି

0 312

କଳିଙ୍ଗର ବରପୁତ୍ର ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଦିବସ।ଏହି ଦିବସକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାବେଳେ, ଏହାକୁ ପଞ୍ଚାୟତ ରାଜ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି।ସ୍ବର୍ଗତ ବିଜୁ ବାବୁ ପ୍ରବାଦପୁରୁଷ ଥିବା ବେଳେ, ତାଙ୍କର ଉଚ୍ଚ ଅଭିଳାଷ ରାଜ୍ୟକୁ ଭାରତ ତଥା ଭାରତ ବାହାରେ ଚିନାହିଁବାରେ ସାହାଯ୍ୟ କରିଥିଲା।ଇଣ୍ଡୋନେସିଆ ର ମଧ୍ୟ ସେ ଭୂମିପୁତ୍ର ଥିଲେ।ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପାରାଦ୍ୱୀପ ବନ୍ଦର ଓ ଅନେକ ଶିଳ୍ପ ଭିତିକ କଳକାରଖାନା ଗଢି ଉଠିଥିଲା। ତନ୍ମଧ୍ୟରେ ଚୌଦ୍ୱାରର ଓଟିଏମ ଅନ୍ୟତମ।ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଅନେକ ନିଷ୍ପତ୍ତି ତାଙ୍କୁ ବିବାଦୀୟ କରିଥିଲେ ହେଁ ଏହା କାଳଜୟୀ ହୋଇପାରିଛି।ସେଠି ମଧ୍ୟରୁ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଚାପଡା ମାଡ଼, ସରକାରୀ ଗାଡି ବେସରକାରୀ ଭାବେ ବ୍ୟବହାର ନ କରିବା, କୁଶଳୀ ଓ ଅର୍ଧକୁଶଳି ଶ୍ରମିକଙ୍କ ମଜୁରୀ ବୃଦ୍ଧି, ପଞ୍ଚାୟତକୁ କ୍ଷମତା ପ୍ରଦାନ ଆଦି ଅନେକ ନିଷ୍ପତ୍ତି ଏବେ ମଧ୍ୟ ଜନମାନସରୁ ଲିଭି ନାହିଁ।ତାଙ୍କର ମୃତ୍ୟୁରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁବାବୁଙ୍କୁ ତାଙ୍କ ମନ୍ତବ୍ୟରେ ‘ସ୍ୱପ୍ନର ସୌଦାଗର’ ବୋଲି ଅଭିହିତ କରିଥିଲେ।ପ୍ରକୃତରେ ବିଜୁ ପଟ୍ଟନାୟକ ଥିଲେ ସ୍ୱପ୍ନର ସୌଦାଗର।ସେ ନିଜର ରାଜ୍ୟକୁ କେବେ ଦେଶରେ ନିମ୍ନ ବୋଲି ଭାବୁ ନ ଥିଲେ।ସେ ସର୍ବଦା କହୁଥିଲେ ଯେ, ମୋ ରାଜ୍ୟ ଉତ୍କଳରେ ସମସ୍ତ ଜିନିଷ ଭରପୁର ଅଛି।ମୋ ରାଜ୍ୟବାସୀ କେବେ ଗରିବ ନୁହଁନ୍ତି।ପ୍ରକୃତରେ ବିଜୁବାବୁଙ୍କର ଓଡ଼ିଶା ପ୍ରୀତି ସବୁଦିନ ପାଇଁ ରାଜ୍ୟବାସୀ ମନେ ରଖିବେ।

Leave A Reply

Your email address will not be published.