Webportal

ଆଜିର ନିର୍ବାଚନ ଫଳାଫଳ କଣ କହୁଛି

0 253

ଅନେକ କଳ୍ପନାଜଳ୍ପନା ଭିତରେ ଆଜି ସଦ୍ୟ ଅନୁଷ୍ଠିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି।ଉତ୍ତରପ୍ରଦେଶ,ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡ ରେ କେନ୍ଦ୍ରରେ ଶାସକ ଦଳ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ କେବଳ ଗୋଟିଏ ରାଜ୍ୟ ପଞ୍ଜାବରେ ବିରୋଧୀ ଆପକୁ ବୃହତ ବିଜୟ ହାସଲ ହୋଇଛି।ତମାମ ଏକ୍ସଜିଟ ପୋଲ ସତ୍ୟ ପ୍ରମାଣିତ ହୋଇଛି।

ଲୋକଙ୍କୁ ଏହାର ମାନେ ବିଜେପିର ଶାସନ ବ୍ୟବସ୍ଥା ଖୁବ ପସନ୍ଦ ଅଛି।ଏହା ସହିତ ସମସ୍ତଙ୍କୁ ମାନିବାକୁ ପଡିବ ଯେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଶାସକ ଦଳ ସହିତ ଶାସନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ।

ଏହାର ମାନେ କଣ ବୁଝାଯିବ ଯେ ଉନ୍ମାଉ, ହାତରସ, ଲଖିମପୁର ଖିରି ଆଦି ଘଟଣାରେ ବିଜେପି ଉପରେ ଲାଗିଥିବା ଆରୋପ ରାଜନୈତିକ ଉଦ୍ଧେଶ୍ୟ ପ୍ରଣତିତ ଥିଲା? ବାରମ୍ବାର ବୃଦ୍ଧି ପାଉଥିବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଦେଶବାସୀଙ୍କୁ ବାଧୁ ନାହିଁ? ଅନେକ ସଂସ୍ଥାର ଘରୋଇକରଣ ନିଷ୍ପତ୍ତି ତାହାହେଲେ ଠିକ?ବଢୁଥିବା ବେରୋଜଗାରୀ ସମସ୍ୟା ଲୋକଙ୍କ ଜୀବନଶୈଳୀ ଉପରେ କୌଣସି ପ୍ରଭାବ ପକାଉନାହଁ? ଏହିପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି।କିନ୍ତୁ ମୋଟାମୋଟି ଭାବେ ବର୍ତ୍ତମାନ ପରିସ୍ଥିତିରେ ଦେଶର ଶାସନ ବ୍ୟବସ୍ଥା ଉପରେ କୌଣସି ପ୍ରଶ୍ନ ଚିନ୍ହ ଲଗାଇବା ଏକଦମ ଅନୁଚିତ ଏବଂ ମାନିବାକୁ ପଡିବ ଯେ ଆମେ ଏକ ବହୁତ ଭଲ ଶାସନ ବ୍ୟବସ୍ଥା ଭିତରେ ଅଛୁ।

Leave A Reply

Your email address will not be published.