Webportal

ଆଖି ହଜିବା ଘଟଣାର ତଦ୍ସନ୍ତ ଆରମ୍ଭ

0 496

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗୃହରୁ ଆଖି ଗାଏବ ଘଟଣା ପରେ ସରକାରୀ ସ୍ତରରେ ଖୋଳତାଡ଼ ଆରମ୍ଭ କରିଛନ୍ତି
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଅନୁଗୁଳ ରେ ପହଞ୍ଚି ।ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଜଣେ ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତଙ୍କ ମୃତଦେହରୁ ଦୁଇ ଆଖି ଗାଏବ ହେବା ନେଇ ଶୁକ୍ରବାର ଅଭିଯୋଗ ହୋଇଥିଲା। ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ସେ ମେଡିକାଲ ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଥିବା ସହ ଶବାଗୃହକୁ ଯାଇ ଟିକିନିକ ଭାବେ ଯାଞ୍ଚ କରିଛନ୍ତି ।ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପଙ୍କ କହିବାନୁଯାୟୀ ଶବକୁ ଫ୍ରିଜର ଭିତରେ ରଖାଯାଇଥିଲା ଓ ଫ୍ରିଜର ଭିତରେ ମୂଷା ପଶିପାରିବ ନାହିଁ ଯାହାଘଟଣାକୁ ସନ୍ଦେହର ଘେରକୁ ଟାଣି ନେଇଛି ଓ ଏହାର ଟିକନିକ ତଦନ୍ତ ଅାବଶ୍ୟକତା ରହିଛି ।ଏହି ଘଟଣା ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ଯାହାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।ଏହି ଘଟଣା ପାଇଁ ପ୍ରକୃତ ରେ ଦାୟୀ କିଏ ତାହା କେବଳ ତଦନ୍ତ ପରେ ଜଣାପଡିବ ବୋଲି ଅାଶା କରାଯାଇଛି ।

Leave A Reply

Your email address will not be published.