Webportal

ଆଇପିଏସ ସାଗରିକା ନାଥଙ୍କୁ ମିଳିଲା ସୁନ୍ଦରଗଡ ଜିଲ୍ଲାର ଏସପି ଭାବେ ଗୁରୁଦାୟିତ୍ୱ

0 337

ଆଜି ଓଡ଼ିଶା ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ଯେଉଁଥିରେ ଭୁବନେଶ୍ୱର କଟକ ଟ୍ରାଫିକ ଡ଼ିସିପି ସାଗରିକା ନାଥଙ୍କୁ ବଦଳି କରାଯାଇ ସୁନ୍ଦରଗଡ ଜିଲ୍ଲା ଏସପି ଭାବେ ନୂଆ ଦାଇତ୍ୱ ଦିଆଯାଇଛି।

ଟ୍ରାଫିକ ଡିସିପିର କାର୍ଯ୍ୟ ଅବଧିରେ ନିଜର ସଫଳ କାର୍ଯ୍ୟଶୈଳୀ ପାଇଁ ଲୋକପ୍ରିୟ ହେଇଥିବା ୨୦୧୫ ବ୍ୟାଚ ଆଇପିଏସ ଅଫିସର ସାଗରିକା ନାଥଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାର ଦାଇତ୍ୱ ଦେବା ରାଜ୍ୟ ସରକାରଙ୍କ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ଥିବା ଭରସାକୁ ଦର୍ଶାଉଛି।

ଜଣେ ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲାର ନୂତନ ଏସପି ସାଗରିକା ନାଥ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରେ ରଖିପାରିବେ ବୋଲି ଆଶା ଓ ବିଶ୍ୱାସ।

Leave A Reply

Your email address will not be published.