Webportal

ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ

0 122

ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା। ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା।

ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦିମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହାର ନେତୃତ୍ବ ନେଇଥିଲା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି। ଏ ସଂକ୍ରାନ୍ତରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଆମେରିକାର ଏଭଳି ହିଂସାତ୍ମକ କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହିତ ଏହା ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛି ବୋଲି କହିଛନ୍ତି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ରାଷ୍ଟ୍ରପତି ଜିଓ ବାଇଡେନ ମନ୍ତବ୍ୟ ଦେଇଛନ୍ତି ଯେ, ଆତଙ୍କବାଦ ଦମନରେ ଏହା ଏକ ସଫଳତା।

Leave A Reply

Your email address will not be published.