Webportal

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା

ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

0 217

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା।ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ।ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା।ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ।ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ।ସଂଗୃହୀତ ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ।ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ। ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆରମହାସୁଆର ନିଯୋଗ ଗ୍ରହଣ କରିବ। ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ଆଦି ଅର୍ଘ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି।ଏହି ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ। ଭକ୍ତଙ୍କଠାରୁ ବିଭିନ୍ନ ମାନର ଅରୁଆ ଚାଉଳ ସଂଗ୍ରହ ହୋଇଛି। ଏହି ଚାଉଳରେ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ। ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି। ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ। ସଂଗୃହୀତ ଚାଉଳର କିଛି ଅଂଶ ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ।ସେହିପରି ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ। ଗୁଆ ସବୁ ହଡ଼ପ ନାଏକ ସେବାୟତଙ୍କୁ ପ୍ରଦାନ କରାଯିବ। ସଂଗୃହୀତ ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ ବୋଲି ସୂଚନା ଦେଇଛନ୍ତି ମହାସୁଆର ନିଯୋଗ।

Leave A Reply

Your email address will not be published.