Webportal

ଅମାନବୀୟ କାଣ୍ଡ

0 384

ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ କମରେଈ ପଞ୍ଚାୟତ ଦଣ୍ଡସିଂହା ଗ୍ରାମରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହକୁ ନେଇ ଗତ ୧୬ତାରିଖ ଦିବା ୨ଘଂଟିକା ସମୟରେ ଜୈନିକ ପୁରୁଷକୁ ଅମାନବୀୟ ଭାବେ ଶଶୂର ଘର ଲୋକେ ବାଇକରେ ବାନ୍ଧି ନେଉଥିବାର ଦୃଶ୍ୟକୁ ନେଇ କଣିହାଁ ଅଞ୍ଚଳରେ ଘୋର ଆଲୋଡନ ସୃଷ୍ଟି ହୋଇଛି I ଏଥିରେ ଶିକାର ହୋଇଥିବା ପୁରୁଷ ଜଣକ ଖୋଦ ନିଜର ଫେସବୁକ ଆକାଉଣ୍ଟ ରେ ଏହାକୁ ପୋଷ୍ଟ କରିବା ସଙ୍ଗେ ବିଭିନ୍ନ ହୁଆଟ୍ସ ଆପ୍ପ ଗ୍ରୁପରେ ମୋବାଇଲ ରୁ ମୋବାଇଲ ଘୁରିବା ଫଳରେ ଏହି କାରନାମା ପଦାକୁ ଆସିଛି I ମିଳିଥିବା ସୂଚନା ମୁତାବକ,ଦଣ୍ଡସିଂହା ଗ୍ରାମର ଦୁଖଃବନ୍ଧୁ ସାହୁ (ଦୁଃଖ ବାବା) ଭାବେ ନାମେ ପରିଚିତ ଅଲେଖ ମହିମା ଧାର୍ମୀଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି I ୧୫ତାରିଖ ଦିନ ଦୁଖଃବନ୍ଧୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ଝଗଡା ଉପୁଜିବା ପରେ ୧୬ତାରଖ ଦିନ ତାଙ୍କ ଦଣ୍ଡସିଂହା ବାସଭବନକୁ ଶଶୁର ଘର ଲୋକେ ଆସି ବାବାଙ୍କୁ ନିସ୍ତୁକ ମାଡ ମାରିଥିଲେ ଓ ପରେ ଦୁଇ ଶଳା ଓ ଶଶୁର ବାଇକ ରେ ହାତଗୋଡ ବାନ୍ଧି ଅପହରଣ କରି ଜୀବନରେ ହତ୍ୟା କରିବାର ଉଦେଶ୍ୟ ରଖି ଏପରି କାଣ୍ଡ ଭିଆଇ ଥିବା ଦୁଖଃବନ୍ଧୁ ପ୍ରକାଶ କରନ୍ତି I ଏଭଳି ଅମାନୁଷିକ ଭାବେ ବାଇକ ରେ ବାନ୍ଧି ନେଉଥିବା ର ଦୃଶ୍ୟ ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ ଓ ଉକ୍ତ ବାଇକ ର ପଛେ ପଛେ ଦୁଖାବନ୍ଧୁଙ୍କ ର ବଡ ଶଳା ଓ ଶଶୁର ଯାଉଥିଲେ I କେହି ବ୍ୟକ୍ତି ପୋଲିସ କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ I ପୋଲିସ ଗାଡି ଆସୁଥିବାର ଦୃଶ୍ୟ ଦେଖି ସେମାନେ ଦୁଖଃବନ୍ଧୁ କୁ ଖୋଲି ଦେଇଥିଲେ I ଘଟଣା ସ୍ଥଳରୁ ପିଡ଼ିତକୁ ଉଦ୍ଧାର କରି ପୋଲିସ କଣିହାଁ ସିଏଚସିରେ ଭର୍ତି କରିବା ସହିତ ଅଭିଯୁକ୍ତ ସାନ ଶଳାକୁ ଗୋଟିଏ ରାତି ଥାନାରେ ଅଟକ ରଖିଥିଲେ I ଏ ନେଇ ଦୁଖଃବନ୍ଧୁଙ୍କ ପରିବାର ପକ୍ଷରୁ କଣିହାଁ ଥାନାରେ ମାମଲା ଦିଆଯାଇଛି I ଘଟଣା ର ଆପୋଷ ସମାଧାନ ହେବାର ସୂଚନା ମିଳିଛି।

Leave A Reply

Your email address will not be published.