Webportal

ଅନେକ ଆଶାୟୀଙ୍କୁ ପଛରେ ପକାଇ ମହେନ୍ଦ୍ର ବସ୍ତିଆ ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ: ପୂର୍ବତନ ସଭାପତିଙ୍କ ଲବି କାମ କରିଥିବା ଚର୍ଚ୍ଚା

0 564

ଆଜି ବିଜେଡିର ଅନୁଗୁଳ ଜିଲ୍ଲା ପାଇଁ ସଭାପତି ଭାବେ ଦଳର ପୁରୁଖା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ମହେନ୍ଦ୍ର ବସ୍ତିଆ ଙ୍କ ନାମ ଘୋଷଣା କରାଯାଇଛି। ନିଶ୍ଚିତ ଭାବେ ଶ୍ରୀ ବସ୍ତିଆ ଜଣେ ମିଳାପୀ ଓ ବିବାଦରୁ ସର୍ବଦା ଦୁରେଇ ରହୁଥିବା ବ୍ୟକ୍ତି। ଏହି ପଦବୀ ପାଇଁ ଦଳର ଅନେକ ପୁରୁଣା ନେତା, ବିଧାୟକ ଙ୍କର ନାମ ଚର୍ଚ୍ଚାରେ ଥିଲା। ଶ୍ରୀ ବସ୍ତିଆ ପୂର୍ବତନ ଜିଲ୍ଲା ସଭାପତିଙ୍କ ଅନୁଗତ ହେଇଥିବାରୁ ଡାର୍କ ହର୍ଷ ଭାବେ ଉଭା ହେଲେ ହଠାତ ଓ ଏହି ଘୋଷଣା ପଛରେ ଅନୁଗୁଳ ବିଧାୟକଙ୍କ ମଝଭୁତ ଲବୀ କାମ କରିଛି ବୋଲି ଚର୍ଚ୍ଚା ହେଉଛି ଯାହାଦ୍ୱାରା ତାଙ୍କର ପତିଆରା ଅନୁଗୁଳ ଜିଲ୍ଲାରେ ଅକ୍ଷୁର୍ଣ୍ଣ ରହିବ।ଆସନ୍ତା ସମୟରେ ଜଣାପଡିବ ସେ ନିରପେକ୍ଷ ଭାବେ ଦଳୀୟ କାର୍ଯ୍ୟ କରୁଛନ୍ତି କି କେବଳ ରବର ଷ୍ଟାମ୍ପ ହେଇ ରହିଯିବେ।

Leave A Reply

Your email address will not be published.