Webportal

ଅନୁଗୁଳ ରେ ସ୍ଵାଧୀନତା ଦିବସ ପାଳିତ

0 287

ଅନୁଗୁଳ ରେ ଜିଲା ସ୍ଥାରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଛି ।ଆୟୋଜିତ ଜିଲା ସ୍ଥାରୀୟ ଉତ୍ସବରେ ଜିଲାପାଳ ଅନୁଗୁଳ ମହମ୍ମଦ ଅଵଦ୍ଦୁଲ ଅଖରତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ର ଉଦେଶ୍ୟ ନିଜର ଉଦ୍ବୋଧନ ଦେଇଥିଲେ।। ସ୍ଵାଧିନତା ଆନ୍ଦୋଳନ ଜିଲ୍ଲାର ମହା ମନୀଷ ମାନକୁ ମନେ ପକାଇବା ସହ ଜିଲାର ଐତିୟ ଓ ଗୌରବ ଆମକୁ ଗର୍ବ କରେ ବୋଲି କହିଥିଲେ।ଦେଶ ବିକାଶ ଦିଗରେ ଗତି କରୁଛି। ଯେଉଁ ବିକାଶରେ ସମସ୍ତେ ଭାଗିଦାରୀ ହେବାକୁ ସେ ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ।ପରେ ପରେ ଆୟୋଜିତ ହୋଇଥିଲା ସମ୍ମିଳିତ ପ୍ୟାରେଡ଼। ଜିଲାର ବିଭିନ୍ନ ମହାବିଦ୍ୟାଳୟ ବିଦ୍ୟାଳୟ ଓ ପୋଲିସ ବିଭାଗ ପକ୍ଷରୁ ମୋଟ ୩୫ ଟି ପ୍ୟାରେଡ଼ ଦଳ ଭାଗ ନେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.