Webportal

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନିଖୋଜ ମୋବାଇଲ ହସ୍ତାନ୍ତର ମେଳା ୩.୦ ର ଆୟୋଜନ

ରାଜ୍ୟ ବାହାରୁ ମଧ୍ୟ ଉଦ୍ଧାର କରାଯାଇଛି ମୋବାଇଲ

0 361

ଗତ ଜୁନ ମାସ ଠାରୁ ଆଜି ଶନିବାର ଜାନୁଆରି ୧୭ ତାରିଖ ତୃତୀୟ ଥର ପାଇଁ ଅନୁଗୁଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ନିଖୋଜ ଓ ଚୋରି ହୋଇଯାଇଥିବା ମୋବାଇଲ ହସ୍ତାନ୍ତର ମେଳା ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଅବସରରେ ନିଖୋଜ ଓ ଚୋରି ହୋଇଯାଇଥିବା ୨୩୦ ଟି ସ୍ମାର୍ଟ ଫୋନ ଜିଲ୍ଲା ପୋଲିସ ପକ୍ଷରୁ ଉଦ୍ଧାର କରାଯାଇ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରା ଯାଇଥିଲା। ଏହି ନିଖୋଜ ମୋବାଇଲ ଗୁଡ଼ିକର ଅଭିଯୋଗ ଗୁଡ଼ିକ ଜିଲ୍ଲା ପୋଲିସ ଦ୍ବାରା ଜାରି ୱାଡସାପ ବା WhatsApp ନମ୍ବର ଓ ସି ଇ ଆଇ ଆର – ସଂଚାରସାଥୀ ପୋର୍ଟାଲ ମାଧ୍ୟମରେ କରାଯାଇଥିଲା। ଏହି ଅବସରରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିଥିବା ମୋବାଇଲ ଫୋନ ଗୁଡ଼ିକ ତାଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଥଲେ। ଏହି ଅବସରରେ ଆଇଜି ସତ୍ୟବ୍ରତ ଭୋଇ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଉପସ୍ଥିତ ରହିଥିଲେ। ଏ ଉଦ୍ଧାର କରାଯାଇ ଥିବା ମୋବାଇଲ ଫୋନ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ ଅନୁଗୁଳ ଜିଲ୍ଲା ପୋଲିସ ଆଣିବାରେ ସକ୍ଷମ ହୋଇଛି।

Leave A Reply

Your email address will not be published.