Webportal

ଅନୁଗୁଳ ଜିଲ୍ଲାର ବିଭିନ୍ନ ବନଖଣ୍ଡ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

0 236

ଅନୁଗୁଳ ଜିଲ୍ଲା ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ ଚଢ଼ାଉ ହେଉଥିବା ସୂଚନା । ଲୋକାଯୁକ୍ତରେ ଏ ନେଇ ହୋଇଥିଲା ଅଭିଯୋଗ ।ଦୁଇ ଦିନ ଧରି ପ୍ରାୟ ୪୦ ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା । ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହୋଇଥିବା ଜଙ୍ଗଲ କେଲେଙ୍କାରୀର ଖୋଳତାଡ଼ ଆରମ୍ଭ ହୋଇଛି। ଚାଳିଶ ଜଣିଆ ଟିମ ଚାରି ଭାଗରେ ବିଭକ୍ତ ହୋଇ ବନ୍ତଳା ରେଞ୍ଜ ନୂଆକ୍ଷେତା ଜଙ୍ଗଲ ଭିତରେ
ଖାନତଲାସୀ ଆରମ୍ଭ କରିଛନ୍ତି।ଆଜି ଅନୁଗୋଳ ସ୍ଥିତ ସମସ୍ତ କାର୍ଯ୍ୟାଳୟ ରେ ଚଢ଼ାଉ ଜାରି ରହିଛି। ତିନି ବର୍ଷ ତଳେ ଜଙ୍ଗଲରେ ବାଉଁଶ ପୁନର୍ଜନନ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜ କୁ ଟଙ୍କା ଦିଆଯାଇଥିଲା। ଏ ଯୋଜନାର ଉଦ୍ଦେଶ୍ୟ ଥିଲା, ବାଉଁଶ ବୁଦାର ବିକାଶ କରାଯିବା। ବାଉଁଶ ବୁଦା ମୂଳରେ ଗାତ ଖୋଳିବା ଠାରୁ ଆରମ୍ଭ କରି ସେଥିରେ ପଥର ଖଞ୍ଜିବା ଆଦି କାମ ମୁଲିଆଙ୍କ ଜରିଆରେ କରିବା ପାଇଁ କୁହା ଯାଇଥିଲା। କିନ୍ତୁ, କୌଣସି ବାଉଁଶ କାମ ନ କରି ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି କରି ଲୋକାଯୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସ କୁ ନିର୍ଦେଶ ଦେଇଥିଲା। ନିର୍ଦେଶ ମୁତାବକ ଭିଜିଲାନ୍ସ ର ଚାଳିଶ ଜଣିଆ ଟିମ ନୂଆ ଖେତା ଜଙ୍ଗଲ ଓ ବିଭିନ୍ନ କାର୍ଯ୍ୟାଳୟ ରେ ଛାନଭିନ ଆରମ୍ଭ କରିଛି।

Leave A Reply

Your email address will not be published.