Webportal

ଅନୁଗୁଳ ଜିଲ୍ଲାରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା

0 438

ଅନୁଗୁଳ ଜିଲ୍ଲା ମହିଧରପୁର ମାଧିଆମୁଣ୍ଡା ସାହି ନିକଟରେ ବାଇକ ଓ ମିନି ଟ୍ରକ ମଧ୍ୟରେ ମୁଁହାମୁହିଁ ଧକା।ଘଟଣା ସ୍ଥଳରେ ବାଇକ ଚାଳକ ମୃତ ଓ ଅନ୍ୟଜଣେ ଗୁରୁତର।ମୃତକ ଜଣକ ହିନ୍ଦୋଳ ବନମାଳିପୁର ଅଞ୍ଚଳର ଜୀବନ ସାହୁ।ମିନି ଟ୍ରକ ବାହାଘର ପାଇଁ ଯୌତୁକ ସାମଗ୍ରୀ ନେଇ ଦେବଗଡ଼ ରୁ ଢେଙ୍କାନାଳ ଅଭିମୁଖେ ଆସୁଥିବା ବେଳେ ବାଇକ ସହ ମୁଁହାମୁହିଁ ଧକା ହୋଇଥିଲା।କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିବାି ଫଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲାି।ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା।

Leave A Reply

Your email address will not be published.