Webportal

ଅନୁଗୁଳ ଜିଲ୍ଲାରେ ଚଳିତ ମାସରେ ସଟଡାଉନ ଓ ଅନ୍ୟ ଦିନ ପାଇଁ ଘୋଷଣା ହୋଇଥିବା କଟକଣା ସମ୍ବଧିୟ ତଥ୍ୟ

0 405

ଆଜି ଅନୁଗୁଳ ଜିଲ୍ଲାରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସ ପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି।ସପ୍ତାହର ଅନ୍ୟ ପାଞ୍ଚ ଦିନ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି ସଟଡାଉନ ସମୟରେ ଚାଲୁ ରହିବାକୁ ଥିବା ସେବା ଗୁଡିକ ହେଲା ସ୍ୱାସ୍ଥ୍ୟ ସେବା, ଜିଲ୍ଲା ପ୍ରଶାସନ, ପୌର ପରିଷଦ ପ୍ରଶାସନ, ପୋଲିସ ଓ ଅଗ୍ନିଶ୍ରମ, ଜରୁରୀକାଳୀନ ସେବାରେ ନିୟୋଜିତ ସରକାରୀ କର୍ମଚାରୀ, ଟେଲିକମ ଓ ବିଦ୍ୟୁତ, ଅନୁମତି ପ୍ରାପ୍ତ ବିବାହ ଓ ଅନ୍ତେଷ୍ଟି କ୍ରିୟା, ଗଣମାଧ୍ୟମ, ଜଳ ଯୋଗାଣ ଏବଂ ପରିମଳ ଓ ସ୍ବେରେଜ କର୍ମୀ, ଖାଲି ଓ ଲୋଡ଼େଡ଼ ମାଲ ପରିବହନ ଗାଡି, ଶିଳ୍ପ ଓ ନିର୍ମାଣ କାର୍ଯ୍ୟ, ଚାଷ ଓ ପଶୁ ପାଳନ ସମ୍ବଧିୟ କାର୍ଯ୍ୟ, ହୋଟେଲ,ରାଜପଥରେ ପରିବହନ,ହସ୍ପିଟାଲ ଓ ବସଷ୍ଟାଣ୍ଡ କୁ ଗାଡି ଯାତାୟତ, ଏଟିଏମ, ପେଟ୍ରୋଲ ପମ୍ପ, ମିଲକ ବୁଥ, ଖାଦ୍ୟ ଓ ରାସନ ସାମଗ୍ରୀ ହୋମ ଡେଲିଭରି ଏବଂ ଖବରକାଗଜ ହକର ଦିନ ୯ଟା ପର୍ଯ୍ୟନ୍ତ।

Leave A Reply

Your email address will not be published.