Webportal

ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶକୁ ଖୋଲା ଚାଲେଞ୍ଜ:ନିର୍ଦ୍ଧାରିତ ମୁଲ୍ୟରୁ ଅଧିକ ଦରରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ବିକ୍ରି ସହିତ ଖୋଲା ରହୁଛି ସନ୍ଧ୍ୟା ଯାଏଁ ଦୋକାନ

0 423

ଟଙ୍କା ଗଣିବା ନିଶାରେ କିଛି ରାସନ ଦୋକାନୀ ଭୁଲିଗଲେଣି ଯେ ଏବେ କରୋନା ମହାମାରୀ ଭୟଙ୍କର ରୁପ ନେବାକୁ ଯାଉଛି।ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କିଛି ନିର୍ଦେଶନାମା ଜାରି କରିଥିବା କଥାକୁ ପୁରାପୁରି ବେଖାତିର କରୁଛନ୍ତି କିଛି ରାସନ ଦୋକାନୀ।ଦୋକାନ ସାମନାରେ ବୋର୍ଡ଼ରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଲେଖାଯାଇଥିବା ବେଳେ କିନ୍ତୁ ଅଧିକ ଦର ନେଉଛନ୍ତି ଏହି ଦୋକାନୀ ମାନେ।ବିଲ ମାଗିଲେ ବିଲ ମଧ୍ୟ ଦେଉନାହାନ୍ତି।ଆମେ ପ୍ରତ୍ରିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ  ପ୍ରତିକ୍ରିୟା ମିଳି ନ ଥିଲା।ଗଳି ତ ଗଳି, ଏପରିକି ମୁଖ୍ୟ ବଜାରରେ ମଧ୍ୟ ବେଧଡକ ବିକ୍ରି ଚାଲିଛି ରାତି ପ୍ରାୟ ଦଶଟା ପର୍ଯ୍ୟନ୍ତ।ଗଳି ଭିତର ଦୋକାନୀ ମାନେ ତ ସଟର ଟେକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର କରୁଥିବା ଦେଖାଯାଉଛି।ସାମାଜିକ ଦୂରତ୍ୱ ବୋଲି କିଛି ଶବ୍ଦ ଏହି ଦୋକାନ ଗୁଡିକ ପାଖରେ ନାହିଁ।କଡା ପଦକ୍ଷେପ ଗ୍ରହଣ କରା ନ ଗଲେ ଲକଡାଉନ ର କୌଣସି ଅର୍ଥ ଅନୁଗୁଳ ସହରରେ ରହିବ ନାହିଁ।

Leave A Reply

Your email address will not be published.