Webportal

ଅନୁଗୁଳରେ ଖୁଲମଖୁଲା ମାନବାଧିକାର ହନନ; କରୁଛି କିଏ, ଭରୁଛି କିଏ: ଲାଞ୍ଚ ଖାଉଛନ୍ତି ଅସାଧୁ କର୍ମଚାରୀ; ହୀନସ୍ତା ହେଉଛନ୍ତି ନିରୀହ ଜନତା ଓ ତଳତଳିଆ ପୋଲିସ କର୍ମଚାରୀ

0 380

ସମ୍ପ୍ରତି ଅନୁଗୁଳର ମୁଖ୍ୟ ବଜାର ରାସ୍ତା ଗୁଡିକରେ ଅସମ୍ଭବ ଭିଡ଼ ପାଇଁ ଚାଲିବା କଷ୍ଟକର ହେଇଗଲାଣି।ଚାରିଚକିଆ ଆଦି ଯାନ ନେଇ ଯାଉଥିବା ଲୋକେ ଭାବୁଥିବେ ଯେମିତି ସେମାନେ ସ୍ବପ୍ନ ଦେଖୁଛନ୍ତି କିମ୍ବା ଗଡ଼ ଜିତିଗଲେ। କାରଣ ସ୍ପଷ୍ଟ , ଭଡା ରୂପରେ ଆକର୍ଷଣୀୟ ରୋଜଗାର କରିବା ପାଇଁ ସବୁ ନିୟମକୁ ଜଳାଞ୍ଜଳି ଦେଇ ନିର୍ମାଣକାର୍ଯ୍ୟ ହୋଇଆସୁଛି। ଯେଉଁଥିରେ ପାର୍କିଂ ପାଇଁ ଜାଗା ନ ରହୁଥିବାରୁ କିଣାକିଣି ପାଇଁ ଆସୁଥିବା ଲୋକେ ସର୍ବସାଧାରଣ ଯିବା ରାସ୍ତାରେ ଗାଡ଼ି ମୋଟର ରଖିଦେଉଛନ୍ତି।ଏ ସବୁ ପଛରେ ହାତ ରହିଛି ଘର ତିଆରି କରିବାକୁ ପ୍ଲାନ ଅନୁମୋଦନରେ ସହାୟତା କରୁଥିବା ଲାଞ୍ଚଖିଆ ଅସାଧୁ ସରକାରୀ କର୍ମଚାରୀ ମାନଙ୍କର।ଏହି ସାଧାରଣ ଲୋକଙ୍କ ଶତ୍ରୁ ଅସାଧୁ ବ୍ୟକ୍ତିମାନେ କିଛି ହେବନି ଯେମିତି ନିର୍ମାଣ କରିବା କଥା କର କହି ବେନିୟମ ନିର୍ମାଣରେ ଭାଗିଦାର ହେଉଛନ୍ତି।ରାସ୍ତା ଉପରେ ପାର୍କିଂ ହେଉଥିବାରୁ ଲୋକଙ୍କ ଚଳାଚଳରେ ବହୁତ ଅସୁବିଧା ହେଉଛି ଯାହା ଫଳରେ ନିରୁପାୟ ହୋଇ ପୋଲିସ କର୍ମଚାରୀ ମାନଙ୍କୁ ସହର ଭିତରକୁ ଚାରିଚକିଆ ଆଦି ଯାନ ପ୍ରବେଶ ନ କରିବାକୁ ଦେବା ପାଇଁ ନିୟୋଜିତ ହେବାକୁ ପଡୁଛି। ଏହା ଫଳରେ  ନିର୍ଦୋଷ ସାଧାରଣ ଲୋକଟିଏ କିଣାକିଣି କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବା ସହ ପୋଲିସ କର୍ମଚାରୀ ମାନେ ଘଣ୍ଟା ଘଣ୍ଟା ଧରି ଶାରୀରିକ କଷ୍ଟ ସହି ଛିଡା ହୋଇ ରହୁଛନ୍ତି। ଏହା ନିଶ୍ଚିତ ଭାବରେ ମାନବାଧିକାର ହନନ।ଏହାର ସମାଧାନ ନିକଟ ଭବିଷ୍ୟତରେ ବାହାରିବା ସମ୍ଭାବନା କମ, କାରଣ ଗୋଟେ ଅସାଧୁ ଉପାୟରେ ଟଙ୍କା ରୋଜଗାର।

Leave A Reply

Your email address will not be published.