Webportal

ଅନଲକ ୧.୦ ପାଇଁ ଘୋଷଣା ହେଲା ଓଡିଶା ସରକାରଙ୍କ ନିଷ୍ପତି

0 375

କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଆଜିଠାରୁ ସାରା ଦେଶରେ ଆରମ୍ଭ ହେଲା ଅନଲକ ୧.୦। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁନ ମାସ ରାଜ୍ୟ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସତ୍ତ୍ୱେ ଜୁନ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଖୋଲିବନି କୌଣସି ଧାର୍ମିକ ସ୍ଥଳ ଓ ସପିଂ ମଲ ଓ ରେଷ୍ଟୁରାଣ୍ଟ।

ସେହିପରି ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷା ଅନୁଷ୍ଠାନ ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ।

ହୋଟେଲ ନିଜ ସାମର୍ଥ୍ୟର ୩୦% ନେଇ ଖୋଲିପାରିବେ ଓ କେବଳ ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟ ଚାଲିବ।

ପୂର୍ବବତ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

 

 

 

Leave A Reply

Your email address will not be published.