Webportal

ଅଜଣା ଗାଡି ଧକ୍କାରେ କମ୍ପାନୀ କର୍ମଚାରୀ ମୃତ

0 337

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ କାରଖାନା କର୍ମଚାରୀ ମୃତ। ମୃତ ବ୍ୟକ୍ତି ଜଣକ ସାରଦା ରାଉତ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳ ର ଓ ଟେଲକୋ ଛକରେ ଭଡାରେ ରୁହନ୍ତି ବୋଲି ଜଣା ପଡିଛି। ସେ (ଟାଟା ଷ୍ଟିଲ ବିଏସଏଲ) କାରଖାନା ର ସେଣ୍ଟର ପ୍ଳାଣ୍ଟ ରେ କାମ କରନ୍ତି। ସବୁଦିନ ପରି ଆଜି ସେ ଯାଉଥିବା ବେଳେ ତାଙ୍କୁ ପଛପାଖ ରୁ ଏକ୍ ଅଜଣା ଗାଡି ଧକ୍କା ଦେବା ଦ୍ଵାରା ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଁଚି ମୃତ ଦେହ ଉଦ୍ଧାର କରି ଅନଗୁଳ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି।

Leave A Reply

Your email address will not be published.