Webportal

ଅଜଣା ଗାଡି ଧକାରେ ଗୁରୁତର

0 203

 

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାତୀୟ ରାଜପଥ ୧୪୩ (ବି)ସଜରାସାହି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପରୁଣାଗଡ ଗ୍ରାମର କଲ୍ୟାଣ ଗଡନାୟକଙ୍କ ପୁଅ ଟିକୁ ଗଡନାୟକ ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ପରୁଣାଗଡ ଗ୍ରାମର ଟିକୁ ଅାଜି ସଂଧ୍ୟା ୭ଟା ବେଳେ ଛେଣ୍ଡିପଦା ରୁ ବାଗଡିଆ ଯାଇଥିବା ୧୪୩ ବି ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ସଜରା ସାହି ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହେବା ସହିତ ବେହୋଶ ହୋଇ ରାସ୍ତାରେ ପଡିଯାଇଥିଲେ ।ସ୍ଥାନୀୟ ଲୋକମାନେ ଗୁରୁତର ଆହତକୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.