Webportal

ଅଗ୍ନିପଥ : ବଢ଼ିଲା ବୟସ ସୀମା, ଦୁଇ ଦିନ ମଧ୍ୟରେ ଜାରି ହେବ ବିଜ୍ଞପ୍ତି

0 243

କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ ସୀମା କେବଳ ୧୭-୨୧ବର୍ଷ ଥିଲା। ତେବେ ବୟସ ସୀମା ବଢ଼ାଇବା ସହ ଆଗାମୀ ଦୁଇ ଦିନ ମଧ୍ୟରେ ଅଗ୍ନିପଥ ସ୍କିମ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ଜାରି ହେବ ବୋଲି କହିଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ।

ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ। ଏହି ବିଜ୍ଞପ୍ତି ଭାରତୀୟ ସେନାର ୱେବସାଇଟ୍ http://joinindianarmy.nic.in ରେ ଦିଆଯିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସେନାରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରମାନେ ସାମିଲ ହୋଇସାରିଥିବେ।

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହାର ବିଜ୍ଞପ୍ତି ଜାରି କରାଯିବ। ଏହା ପରେ ପଞ୍ଜୀକରଣ, ନିଯୁକ୍ତି ଦୌଡ଼ ଇତ୍ୟାଦି କାର୍ଯ୍ୟସୂଚୀ ସେନା ଦ୍ବାରା ଜାରି କରାଯିବ। ପ୍ରଥମ ବ୍ୟାଚର ତାଲିମ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। କେବଳ ଏତିକି ନୁହେଁ ଛାତ୍ରଛାତ୍ରୀମାନେ କରୁଥିବା ବିରୋଧକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ପିଲାମାନେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନୁହଁନ୍ତି। ସେମାନେ ଏହାର ଅଂଶ ହେବା ପରେ ଏବଂ ସମ୍ପୂର୍ଣ୍ଣ କଥା ବୁଝିବା ପରେ ସେମାନେ ବିରୋଧ କରିବେ ନାହିଁ।

Leave A Reply

Your email address will not be published.