Webportal

ଦିଲ୍ଲୀରେ ବଡ଼ ଅଘଟଣ: ୫ ମହଲା ପିଜି କୋଠା ଭୁଶୁଡ଼ି ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା, ଉଦ୍ଧାର ୮ଜଣରୁ ୩ ମୃତ 

0 24
ରାଜଧାନୀ ଦିଲ୍ଲୀର ସାଉଥ୍ କ୍ୟାମ୍ପସ ନିକଟସ୍ଥ ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ”ହଷ୍ଟେଲ୍ ଡେଜ୍” ନାମକ ଏକ ୫ ମହଲା ବାଳକ ପିଜି କୋଠା ହଠାତ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ଏହାର ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଛାତ୍ର ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ୮ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି, ଯେଉଁଥିଲେ ୩ ଜଣଙ୍କର ମୃତ୍ୟୁ ହୋଇଛି।ପୋଲିସ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ୩୪ ମିନିଟ୍ ସମୟରେ ସାଉଥ୍ କ୍ୟାମ୍ପସ ଥାନାକୁ ଏହି ଦୁର୍ଘଟଣା ସମ୍ପର୍କରେ ଜରୁରୀ କଲ୍ ଆସିଥିଲା। ଯେଉଁଥିରେ ବଏଜ୍ ହଷ୍ଟେଲ୍ କୋଠା ଭୁଶୁଡ଼ିପଡ଼ିବା ନେଇ ଖବର ଦିଆଯାଇଥିଲା। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଏନଡିଆର୍ଏଫ୍, ଦିଲ୍ଲୀ ଫାୟାର ସର୍ଭିସ, ଦିଲ୍ଲୀ ପୋଲିସ, ଏମସିଡି ଏବଂ ସିଭିଲ ଡିଫେନ୍ସର ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଆଜି ସାପ୍ତାହିକ ଛୁଟିଦିନ ହୋଇଥିବାରୁ ଅଧିକାଂଶ ଛାତ୍ର ନିଜ ନିଜ ରୁମରେ ଉପସ୍ଥିତ ଥିବା ବେଳେ ଏହି ଅଘଟଣ ଘଟିଥିଲା, ଯାହା ଫଳରେ କ୍ଷୟକ୍ଷତିର ମାତ୍ରା ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ୮ ଜଣ ଛାତ୍ରଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ଗୁରୁତର ଥିବା କୁହାଯାଉଛି।ଦୁର୍ଘଟଣା ସମୟରେ ପିଜି ମଧ୍ୟରେ ପ୍ରକୃତରେ କେତେ ଜଣ ଛାତ୍ର ଉପସ୍ଥିତ ଥିଲେ, ତାହା ପିଜିର ଆନୁଷ୍ଠାନିକ ରେଜିଷ୍ଟ୍ରେସନ ରେକର୍ଡ ଯାଞ୍ଚ ହେବା ପରେ ହିଁ ସ୍ପଷ୍ଟ ହେବ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
Leave A Reply

Your email address will not be published.