ଜିନ୍ଦଲ ଷ୍ଟିଲ ଲିମିଟେଡ ଜମିହରା ପ୍ରଜା ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଳ, ବାୟୁ ଓ ଧୂଳି ଧୂଆଁରେ ପ୍ରଦୂଷିତ କରୁଛି : କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି
0 69
ଗତକାଲି ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଦାୟିତ୍ଵ ସମ୍ପର୍ଣ୍ଣ ତଥ୍ୟ ଅନୁଧ୍ୟାନ କମିଟି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ପହଞ୍ଚିଥିଲେ ଓ ଉକ୍ତ କମିଟିକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସେଠାରେ ସ୍ବାଗତ କରିବା ସହ ସେମାନଙ୍କୁ ନେଇ ଜିନ୍ଦଲ ଷ୍ଟିଲ ଲିମିଟେଡର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମକୁ ନେଇ ସେମାନଙ୍କ ସହ ଗ୍ରାମବାସୀଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ କରି ସେମାନଙ୍କ ଭଲମନ୍ଦ ବିଷୟ ବୁଝିଥିଲେ। ଉକ୍ତ କମିଟି ଜରଡା ଦେଇ ଜିନ୍ଦଲ କମ୍ପାନୀର ଆସପଣ୍ଡକୁ ମଧ୍ୟ ପରିଦର୍ଶନ କରି ସେଠାରେ ଲୋକମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବଡ଼ କେରଜାଙ୍ଗ, ସାନ କେରଜାଙ୍ଗ, ମଝିଗାଁ ଦେଇ ଜିନ୍ଦଲ କମ୍ପାନୀର ସମ୍ମୁଖ ରାସ୍ତାରେ ନିଶା, ରାଇଝରଣ ଆଦି କ୍ଷତିଗ୍ରସ୍ତ ଗ୍ରାମ ଗୁଡିକୁ ଯାଇ ଲୋକମାନଙ୍କ ସମସ୍ୟା ବୁଝିଥିଲେ। ସେଠାରୁ ବିଭିନ୍ନ କୋଇଲା ଖଣି ଅଞ୍ଚଳକୁ ମଧ୍ୟ ପରିଦର୍ଶନ କରି ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ କରିଥିଲେ। ଲୋକମାନେ ସେମାନଙ୍କ ଚାଷ ଜମିକୁ କମ୍ପାନୀ ହାତକୁ ଟେକି ଦେଇ,ଚାଷ ହରାଇଲେ। ନିଜର ଜୀବିକା ହରାଇ ଆଶା କରିଥିଲେ କିଛି ନ ହେଲେ ଚାକିରୀ ଖଣ୍ଡେ ପାଇ ଗୁଜୁରାଣ ମେଣ୍ଟାଇବେ। ହେଲେ ତା ତ ହେଲାନାହିଁ, ବରଂ ଜିନ୍ଦଲରୁ ନିର୍ଗତ ମଇଳା ପାଣି, ଧୂଆଁ ଓ ପାଉଁଶ ଲୋକଙ୍କୁ ଭେଟି ଦେବା ବିଭିନ୍ନ ଅସାଧ୍ୟ ରୋଗ। ଯାହାକୁ ନେଇ ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି। ରୋଗୀସେବା ପାଇଁ ସେଭଳି କୌଣସି ସ୍ପେସିଆଲିଷ୍ଟ ଡାକ୍ତରଖାନା ଟିଏ ମଧ୍ୟ ନାହିଁ। ଜମିହରା ପ୍ରଜାମାନଙ୍କଠାରୁ ଜମି ଶାଗ ମାଛ ଦରରେ ନେଇ ଗଲେ। ତାପରେ ଆବଶ୍ୟକ ଅନୁସାରେ ଜମି ମନ ମର୍ଜ୍ଜିରେ କିଣି ଚାଲିଲେ, ଯାହାକି ଦଳର କୌଣସି ସ୍ଥିରତା ରହିଲା ନାହିଁ।ଏ ସମସ୍ତ ତଥ୍ୟଗୁଡ଼ିକ ଅତି ହୃଦୟ ବିଦାରକ ଥିଲା। ସେ ସବୁକୁ ତଥ୍ୟ ଅନୁଧ୍ୟାନ କମିଟି ଭଲ ଭାବରେ ବୁଝି ହୃଦୟଙ୍ଗମ କଲେ ଯେ ଜିନ୍ଦଲ ସାଧାରଣ ଜନତା ବିଶେଷ କରି ଜମିହରା ପ୍ରଜାମାନଙ୍କ ପ୍ରତି ଅନ୍ୟାୟ କରୁଛି। ଏଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଉକ୍ତ ପ୍ରତିନିଧି ଦଳ ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ତଥ୍ୟ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ଯଦି ଲୋକମାନଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନ ବା ଜିନ୍ଦଲ କର୍ତୃପକ୍ଷ ଯଥାଶୀଘ୍ର ସମାଧାନ ନ କରନ୍ତି ତେବେ ଆସନ୍ତା ଦିନରେ କଂଗ୍ରେସ ଦଳ ଏହାର ଜବାବ ଦେବ ଆନ୍ଦୋଳନରେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାୟିତ୍ଵ ଦିଆଯାଇଥିବା ତଥ୍ୟ ଅନୁଧ୍ୟାନ କମିଟିର ସମସ୍ତ ସଦସ୍ୟ ଯଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷ, କଂଗ୍ରେସ ଦଳର ବିଧାନସଭାର ଉପନେତା ତଥା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ରାଜଗାଙ୍ଗପୁର ବିଧାୟକ ଡ ରାଜନ ଏକ୍କା, ପ୍ରଦେଶ କଂଗ୍ରେସ ଉପସଭାନେତ୍ରୀ ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଅଧ୍ୟକ୍ଷ ସରୋଜ ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ,ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ, କଂଗ୍ରେସ ନିମାପଡ଼ା ପୂର୍ବତନ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଜୟାନନ୍ଦ ଚାଉଳିଆ, ରୂପାଦୀପ୍ତା ମହାପାତ୍ର, ରାଜ୍ୟ ଏସସି ସେଲର ସାଧାରଣ ସମ୍ପାଦକ ଟିକନ ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ପ୍ରଦେଶ କଂଗ୍ରେସ ସମ୍ପାଦକ ନରୋତ୍ତମ ନାଏକ, ସୁବ୍ରତ କୁମାର ଗଡ଼ନାୟକ, ସୁଦୀପ ମିଶ୍ର, ପ୍ରଦେଶ ଆଦିବାସୀ କଂଗ୍ରେସ ସାଧାରଣ ସମ୍ପାଦକ ତପନ ପ୍ରଧାନ, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗୋପାଳ ନାଥ, ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀ, ଛେଣ୍ଡିପଦା ବ୍ଳକ୍ କଂଗ୍ରେସ ସଭାପତି ଅଜୟ କୁମାର ବେହେରା, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅରୁପ ସାମଲ, ଅଳକା ରାଣୀ ମହାପାତ୍ର, ଅବିନାଶ ଦଳବେହେରା, ସଂଗ୍ରାମ ବେହେରା, ଅରୁଣ ଦାସ, ହେମନ୍ତ ମହାଳିକ, ଅଶୋକ ନାଏକ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ।