Webportal

ଆସନ୍ତା କାଲିଠାରୁ ରାଜ୍ୟରେ ବଢିବ ତାତି

0 237

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଏଥିପାଇଁ ୧୫, ୧୬ ଓ ୧୭ ତାରିଖ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୧୫ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ହିଟ୍‌ ୱେଭ ୱାର୍ଣ୍ଣି ଜାରି କରାଯାଇଛି। ସେହିପରେ ୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୋଳ, ଦେବଗଡ, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣି ଜାରି ହୋଇଛି। ଆସନ୍ତା ୧୭ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ପୁରୀ, ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ହାଲକା ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.