Webportal

ଅହିରାଜ ଶିକାର

0 477

ଅନୁଗୋଳ ଜିଲ୍ଲା ବନ୍ତଳା ବାରଗୌଣିଆ ପାଖ ପାହାଡ଼ରେ  କାଲି  ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରାଯାଇଛି । ଅହିରାଜର ମୃତ୍ୟୁ ପରେ ତାକୁ ଆଣି ଗାଁ ମଝିରେ ରଖାଯାଇଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା। ଖବର ପାଇବା ପରେ ବନ୍ତଳା ଫରେଷ୍ଟର ଜୟନ୍ତ କୁମାର ଦାସ ପହଞ୍ଚି ମୃତ ଅହିରାଜକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ସାତକୋଶିଆ ପ୍ରାଣୀ ଡାକ୍ତର ଡଃ. କିଶୋର କୁମାର ସାହୁ ଶବ ବ୍ୟବଚ୍ଛେଦ କରିଛନ୍ତି। ଗ୍ରାମବାସୀଙ୍କ ପାଖରୁ ପ୍ରକାଶ ଯେ, ଗ୍ରାମର ୪ରୁ ୫ ଜଣ ବେଆଇନ ଭାବରେ ଦେଶୀ ବନ୍ଧୁକ ଧରି ପାଖ ପାହାଡ଼କୁ ଯାଇଥିଲେ।

Leave A Reply

Your email address will not be published.