Webportal

ଅପରାଧୀ ଡାଳେଡାଳେ ପୋଲିସ ପତ୍ରେପତ୍ରେ: ଅନୁଗୁଳ ଜିଲ୍ଲା ପୋଲିସ ହାତରେ ପୁଣି ଧରା ପଡିଲେ ବ୍ରାଉନ ସୁଗାର ବିକ୍ରେତା

0 591

ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡର ସଫଳତା । ଚାରିଜଣ ବ୍ରାଉନସୁଗାର ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନସୁଗାର ପୁଡିଆ, ନଗଦ ଟଙ୍କା , ମୋଟର ସାଇକେଲ ଓ ଏଟିଏମ କାର୍ଡ ଆଦି ଜବତ କରିଛି ପୋଲିସ। ଜିଲ୍ଲାରେ ବ୍ରାଉନ ସୁଗାର ବିକ୍ରି ରାକେଟ ସକ୍ରିୟ ଅଛି ଓ ବିଗତ କିଛି ମାସ ମଧ୍ୟରେ ବାରମ୍ବାର ପୋଲିସ ହାତରେ ଏହି ଅପରାଧୀ ମାନେ ଧରା ପଡି ଆସୁଛନ୍ତି। ଏଥିପାଇଁ ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡ ପୋଲିସ ବିଭିନ୍ନ ଜାଗାରେ ଛାନଭିନ ଜାରି ମଧ୍ୟ ରଖିଛି। ଶନିବାର ଏହି ରାକେଟରେ ସକ୍ରିୟ ଥିବା କୁଲାଡର ପ୍ରକାଶ ଶେଠ ନାମକ ଜଣେ ଯୁବକକୁ ସ୍ପେଶାଲ ସ୍କ୍ବାର୍ଡ ପୋଲିସ କାବୁ କରିବାକୁ ସକ୍ଷମ ହେବାପରେ ଅନନ୍ତ କଲୋନୀ ତାଳଚେରରେ ରହୁଥିବା ବଳଭଦ୍ର ଦାସ , ତାଳଚେର ଟାଉନର ଅମୃତାଂଶୁ ଦାସ ଓ ସନ୍ତୋଷ ସ୍ବାଇ କୁ ମଧ୍ୟ ଗିରଫ କରିଛି ଓ ସେମାନଙ୍କ ନିକଟରୁ ୬.୩୫ ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୧୫ ହଜାର ଟଙ୍କା, ମୋବାଇଲ ଫୋନ, ଗୋଟିଏ ମୋଟରସାଇକେଲ , ଏଟିଏମ କାର୍ଡ , ଆଧାର କାର୍ଡ , ଲାଇଟର ଆଦି ଜବତ କରାଯାଇଛି। ସମସ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.