ଅନୁଗୋଳ ପୋକ୍ସୋ (POCSO) କୋର୍ଟଙ୍କ ଦ୍ୱାରା ଦୋଷୀକୁ କଠୋର କାରାଦଣ୍ଡ ଓ ଜରିମାନା
ସରକାରୀ ଓକିଲଙ୍କ ସଫଳ ମାମଲା ପରିଚାଳନା
ଜଣେ ବାପା ନିଜ ନାବାଳିକା ଝିଅର ଫଟୋ କୁ ଜୈନିକ ବ୍ୟକ୍ତି ସାମାଜିକ ଗଣମାଧ୍ଯମ ରେ ପ୍ରସାର କରିବାର ଅଭିଯୋଗ ତାଳଚେର କଲିଏରୀ ଥାନାରେ ୨୦୨୦ ମସିହାରେ କରିଥଲେ। ଯାହାର ରାୟ ସରକାରୀ ଓକିଲଙ୍କ ସଫଳ ମାମଲା ପରିଚାଳନା ଫଳରେ ଆଜି ପ୍ରକାଶ ପାଇଛି।ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋକ୍ସୋ କୋର୍ଟ) ଶ୍ରୀମତୀ ସୌମ୍ୟା ସୁଭଦର୍ଶିନୀ ଆଜି ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଅଭିଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଭିନ୍ନ ଦଫାରେ କଠୋର କାରାଦଣ୍ଡ ଓ ଜରିମାନା ଶୁଣାଇଛନ୍ତି। ସ୍ପେଶାଲ (ପୋକ୍ସୋ) କେସ୍ ନଂ- ୪୯/୨୦୨୦ (କଲିୟରୀ ଥାନା କେସ୍ ନଂ- ୨୭୯, ତାରିଖ: ୨୪.୦୮.୨୦୨୦) ମାମଲାରେ ଏହି ରାୟ ପ୍ରକାଶ ପାଇଛି।ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପି.ପି. (ପୋକ୍ସୋ) ଶ୍ରୀ ଦିଲ୍ଲୀପ କୁମାର ଦାସ ଏବଂ ସହଯୋଗୀ ଆଇନଜୀବୀ ଶ୍ରୀ ଅଶୋକ କୁମାର ସାହୁ ପରିଚାଳନା କରୁଥିଲେ। ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦୋଷୀଙ୍କୁ ନିମ୍ନମତେ ଦଣ୍ଡାଦେଶ ଦେଇଛନ୍ତି:ପୋକ୍ସୋ ଆକ୍ଟର ଦଫା ୮ ଅନୁଯାୟୀ: ୦୫ (ପାଞ୍ଚ) ବର୍ଷର ସଶ୍ରମ କାରାଦଣ୍ଡ (R.I.) ସହ ୩୦,୦୦୦/- (ତିରିଶ ହଜାର) ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ୦୬ (ଛଅ) ମାସର ସଶ୍ରମ କାରାଦଣ୍ଡ।ଆଇ.ପି.ସି. (IPC) ର ଦଫା ୫୦ ଅନୁଯାୟୀ: ୦୨ (ଦୁଇ) ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦,୦୦୦/- (କୋଡ଼ିଏ ହଜାର) ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ୦୩ (ତିନି) ମାସର ସଶ୍ରମ କାରାଦଣ୍ଡ।ଆଇ.ଟି. ଆକ୍ଟ (I.T. Act) ର ଦଫା ୬୬(E) ଅନୁଯାୟୀ: ୦୩ (ତିନି) ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- (ପଚାଶ ହଜାର) ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ୦୬ (ଛଅ) ମାସର ସଶ୍ରମ କାରାଦଣ୍ଡ।ମାନ୍ୟବର କୋର୍ଟଙ୍କ ଏହି ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସରକାରୀ ଓକିଲଙ୍କ ସଫଳ ମାମଲା ପରିଚାଳନା ଯୋଗୁଁ ଅଞ୍ଚଳର ଅପରାଧୀଙ୍କ ପାଈଁ ଏହା ଏକ ସତର୍କ ଘଣ୍ଟି ହେବା ସହିତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିଛି।